Advertisment

ଅମିତ ଶାହ ଓ ରାଜନାଥ ସିଂଙ୍କ ଗାଡ଼ି ନମ୍ବର ପ୍ଲେଟରେ ଲାଗିଛି CAA, ଫଟୋ ଭାଇରାଲ

ଗୁରୁବାର ଅମିତ ଶାହ ବୈଠକରେ ଯୋଗ ଦେଇଥିବା ବେଳେ ତାଙ୍କ ନମ୍ବର ପ୍ଲେଟରେ 'DL1 CAA 4421' ଲେଖାଥିଲା। ଏହାବାଦ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କାର୍‌ର ରେଜିଷ୍ଟ୍ରେଶନରେ ବି CAA ଲେଖାଯାଇଛି।

CAA On Car of Amit Shah

CAA On Car of Amit Shah

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ଏପରି ସମୟରେ ସମଗ୍ର ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (CAA) ଲାଗୁ ହେବା ନେଇ ପୁଣି ଥରେ ଆରମ୍ଭ ହେଲାଣି ଚର୍ଚ୍ଚା । କାରଣ ଦୀର୍ଘ ଦିନ ହେଲା ଏହା ଆଇନରେ ପରିଣତ ହୋଇଥିଲେ ହେଁ ସରକାର ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। କିନ୍ତୁ ନିର୍ବାଚନ ପୂର୍ବରୁ ଏହାକୁ ଲାଗୁ କରିବା ନିମନ୍ତେ ସରକାର ସଜବାଜ ହେଉଥିବା ଆଭାସ ମିଳିଲାଣି ।

Advertisment

ଗତ ଗୁରୁବାର ରାତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ନିର୍ବାଚନ ସମିତି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ । ଉଭୟଙ୍କ କାର୍‌ର ନମ୍ବର ପ୍ଲେଟରେ CAA ଲେଖାଥିବା ନେଇ ଦେଖାଯିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି। ତେଣୁ ସରକାର ନିର୍ବାଚନ ପୂର୍ବରୁ ଏହି ନିୟମ ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଥିବା ଅନୁମାନ କରାଯାଉଛି।

ଗୁରୁବାର ଅମିତ ଶାହ ବୈଠକରେ ଯୋଗ ଦେଇଥିବା ବେଳେ ତାଙ୍କ ନମ୍ବର ପ୍ଲେଟରେ 'DL1 CAA 4421' ଲେଖାଥିଲା। ଏହାବାଦ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କାର୍‌ର ରେଜିଷ୍ଟ୍ରେଶନରେ ବି CAA ଲେଖାଯାଇଛି।

Advertisment

ତେଣୁ ସରକାର ପ୍ରାଥମିକତା ସ୍ୱରୂପ CAA ଲାଗୁ କରିବାକୁ ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି। ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ନିର୍ବାଚନ ପୂର୍ବରୁ CAA ଲାଗୁ କରାଯାଇପାରେ ବୋଲି ଏହାଦ୍ୱାରା ଅନୁମାନ କରାଯାଉଛି। ଶାହଙ୍କ କାର୍‌ ନମ୍ବର ପ୍ଲେଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଖୁବ୍‌ ଶୀଘ୍ର ଦେଶରେ CAA ଲାଗୁ ହୋଇ ପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ମୁସଲିମ୍‌ ଧର୍ମଗୁରୁ ଓ ସଙ୍ଗଠନ ତରଫରୁ ଆଲର୍ଟ ରହିବାକୁ ନିଜ ସମ୍ପ୍ରଦାୟ ଲୋକଙ୍କୁ କୁହାଯାଇଛି। CAA ଭେଦଭାବ ସୃଷ୍ଟି କରୁଥିବା ଆଇନ ବୋଲି ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ କହି ସାରିଛି। ମାତ୍ର ଏହି ନିୟମକୁ ଅଲ ଇଣ୍ଡିଆ ମୁସଲିମ ଜମାନ ନାମକ ସଙ୍ଗଠନ ସମର୍ଥନ କରିଛି। ମୁସଲିମ୍‌ ଧର୍ମବାଲମ୍ବୀ ଏଥିପାଇଁ ଅଧିକ ବ୍ୟସ୍ତବିବ୍ରତ ହେବା ଉଚିତ ନୁହେଁ ବୋଲି ସଙ୍ଗଠନର ଅଧ୍ୟକ୍ଷ ଉପଦେଶ ଦେଇଛନ୍ତି।

କିଛି ଦିନ ପୂର୍ବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, ଏହି ଆଇନ ୨୦୧୯ରୁ ବଳବତ୍ତର ରହିଛି। ଏ ସମ୍ପର୍କରେ କେବଳ ନିୟମ ଜାରି କରାଯିବ। ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରେ ବୋଲି ବି ସେ ଦୋହରାଇଥଇଲେ।

ଏଥିସହ ସେ କହିଥିଲେ, ଆମ ମୁସଲିମ ଭାଇମାନଙ୍କୁ ସିଏଏ ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି। ସେମାନଙ୍କୁ ଉସକା ଯାଉଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ଯାତନା ସହି ନ ପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆସିଛି। ଏହା କାହା ଠାରୁ ଭାରତର ନାଗରିକତା ଛଡ଼ା ନେବ ନାହିଁ।”

Bjp Rajnath Singh Amit Shah CAA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe