Advertisment

ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍

ରେଳ ମନ୍ତ୍ରଣାଳୟର ପ୍ରସ୍ତାବିତ ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପରିଚାଳନାକୁ ସହଜ କରିବ ଓ ଭିଡ଼ ହ୍ରାସ କରିବ।

Rail

Rail

Advertisment

କାଶୀରେ ଗଙ୍ଗା ନଦୀ ଉପରେ ହେବ ବିଶ୍ୱର ସବୁଠୁ ବଡ଼ ରେଳ-ରୋଡ୍ ବ୍ରିଜ୍। ୨ ଥାକିଆ ବିଶିଷ୍ଟ ଏହି ବ୍ରିଜରେ ରହିବ ମୋଟ୍ ୧୦ଟି ଲେନ୍। ଉପରେ ଅନ୍ୟାନ୍ୟ ଯାନବାହନ ଚଳାଚଳ ପାଇଁ ରହିବ ୬ଟି ରାସ୍ତା ଓ ତଳେ ରହିବ ୪ଟି ଟ୍ରେନ୍ ଲାଇନ୍। ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା। ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଛି।

Advertisment

ରେଳ ମନ୍ତ୍ରଣାଳୟର ପ୍ରସ୍ତାବିତ ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ପରିଚାଳନାକୁ ସହଜ କରିବ ଓ ଭିଡ଼ ହ୍ରାସ କରିବ। ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବାରାଣସୀ ଓ ଚାନ୍ଦୌଲି ଜିଲ୍ଲା ଦେଇ ଗତି କରିବ। 

ବାରାଣସୀ-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ (ଡିଡିୟୁ) ଜଙ୍କସନ୍ ରୁଟ୍ ଉଭୟ ଯାତ୍ରୀ ଓ ମାଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ରୁଟରେ କୋଇଲା, ସିମେଣ୍ଟ ଓ ଖାଦ୍ୟଶସ୍ୟ ପରି ସାମଗ୍ରୀ ପରିବହନ ହେଉଛି।

Advertisment

ଏଥିସହ ସହିତ ପର୍ଯ୍ୟଟନ ଶିଳ୍ପର ଚାହିଦା ପୂରଣ କରିବାରେ ଏହାର ଭୂମିକା ଥିବାରୁ ପ୍ରବଳ ଭିଡ଼ ହେଉଛି। ଏହାର ସମାଧାନ ପାଇଁ ଗଙ୍ଗା ନଦୀ ଉପରେ ଏକ ନୂତନ ରେଳ- ତଥା-ସଡକ ପୋଲ ଓ ତୃତୀୟ ଓ ଚତୁର୍ଥ ରେଳ ଲାଇନ୍‍ ସମେତ ଭିତ୍ତିଭୂମିର ଉନ୍ନତିକରଣର ଆବଶ୍ୟକତା ରହିଛି।

ୟୁପିର ୨ଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦ କିଲୋମିଟର ବୃଦ୍ଧି କରିବ।

Uttar Pradesh Rail Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe