Advertisment

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା

ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୫୦ ହଜାର ଓ ସେ ଏବେ ମହଙ୍ଗା ଭତ୍ତା ବାବଦରେ ୨୬,୫୦୦ ଟଙ୍କା ପାଉଛନ୍ତି, ତା’ହେଲେ ଆଗକୁ ସେ ଆହୁରି ଅଧିକ ଟଙ୍କା ଦରମା ଆକାରରେ ପାଇବେ। ଫଳରେ ଘରୋଇ ଖର୍ଚ୍ଚରେ ତାଙ୍କୁ ଆଶ୍ୱସ୍ତି ମିଳି ପାରିବ।

DA

Representational image

Advertisment

ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ବୁଧବାର ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ ବୋଲି କୁହାଯାଇଛି। 

Advertisment

ମହଙ୍ଗା ଭତ୍ତା ବୃଦ୍ଧି ନିଷ୍ପତ୍ତି ଦେଶର ୧ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କୁ ଲାଭ ଦେବ। କିନ୍ତୁ ସରକାରଙ୍କ ଉପରେ ଏଥିପାଇଁ ୧୦ ହଜାର ୮୪ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ। 

ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା(DA Hike) ୨% ବୃଦ୍ଧି କରିଥିଲେ। ଫଳରେ ମୂଳ ଦରମାରେ ଏହା ୫୩%ରୁ ୫୫%କୁ ବୃଦ୍ଧି ପାଇଥିଲା। ଏବେ ସରକାର ଆଉ ୩% ବୃଦ୍ଧି କରିଛନ୍ତି। ଅର୍ଥାତ ମହଙ୍ଗା ଭତ୍ତା ମୂଳଦରମାର ୫୮%ରେ ପହଞ୍ଚିଛି।

Advertisment

ମହଙ୍ଗା ଭତ୍ତା ବୃଦ୍ଧି ଲାଗୁ ହେବା ପରେ କର୍ମଚାରୀମାନେ ଟେକ ହୋମ ଦରମାରେ ଏହାକୁ ପାଇପାରିବେ। ସେହିପରି ପେନସନଧାରୀଙ୍କ ଆକାଉଣ୍ଟକୁ ବର୍ଦ୍ଧିତ ଟଙ୍କା ଯିବ। 

ଉଦାହରଣ ସ୍ୱରପୂ ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୫୦ ହଜାର ଓ ସେ ଏବେ ମହଙ୍ଗା ଭତ୍ତା ବାବଦରେ ୨୬,୫୦୦ ଟଙ୍କା ପାଉଛନ୍ତି, ତା’ହେଲେ ଆଗକୁ ସେ ଆହୁରି ଅଧିକ ଟଙ୍କା ଦରମା ଆକାରରେ ପାଇବେ। ଫଳରେ ଘରୋଇ ଖର୍ଚ୍ଚରେ ତାଙ୍କୁ ଆଶ୍ୱସ୍ତି ମିଳି ପାରିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଡିଏକୁ ସରକାର ବୃଦ୍ଧି କରିଛନ୍ତି। 

ବର୍ଷକୁ ସାଧାରଣତଃ ସରକାର ମାର୍କେଟ ସ୍ଥିତିକୁ ଦେଖି ନିଜର କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଥାଆନ୍ତି। ଏହିକ୍ରମରେ ଚଳିତ ବର୍ଷ ମାର୍ଚ୍ଚରେ ପ୍ରଥମେ ୨% ଓ ଏବେ ଅଉ ୩% ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ଏହାର ଅର୍ଥ ଚଳିତ ବର୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତ୍ତା ମୋଟ ଉପରେ ୫% ବୃଦ୍ଧି ପାଇଛି। ଏହା ସେମାନଙ୍କ ଦୈନନ୍ଦିନ ଖର୍ଚ୍ଚରେ ବେଶ ସହାୟକ ହେବ। 

DA Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe