Advertisment

ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ, ମେଧାବୀଙ୍କୁ ମିଳିବ ଋଣ

ଉଚ୍ଚ ଶିକ୍ଷାନୁଷ୍ଠାନରେ ନାଁ ଲେଖାଇବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ମେଧାବୀ ଶିକ୍ଷାର୍ଥୀମାନେ ଏହି ଯୋଜନା ଅଧୀନରେ ଋଣ ପାଇପାରିବେ।

author-image
Hemant Lenka
Book

Book

ମଧ୍ୟବିତ୍ତ ବର୍ଗର ମେଧାବୀ ଶିକ୍ଷାର୍ଥୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାକୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ନାଁ ଲେଖାଇବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ମେଧାବୀ ଶିକ୍ଷାର୍ଥୀମାନେ ଏହି ଯୋଜନା ଅଧୀନରେ ଋଣ ପାଇପାରିବେ।

Advertisment

ଉଚ୍ଚ ଶିକ୍ଷାନୁଷ୍ଠାନରେ ନାଁ ଲେଖାଇ ଥିବା ଶିକ୍ଷାର୍ଥୀ ଯଦି ଉକ୍ତ ସ୍ଥାନରେ ଉଚ୍ଚ ଶିକ୍ଷା କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା ଅଧୀନରେ ଋଣ ପାଇପାରିବେ। ଏହି ଋଣ ବିନା ଗ୍ୟାରେଣ୍ଟୀରେ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଏହି ଯୋଜନାରେ ବାର୍ଷିକ ସର୍ବାଧିକ ୧ ଲକ୍ଷ ପିଲା ସାମିଲ ହୋଇପାରିବେ। ଯେଉଁ ଶିକ୍ଷାର୍ଥୀ ପରିବାରର ଆୟ ୮ ଲକ୍ଷ ଯାଏ ରହିଥିବ, ସେମାନେ ୩% ସୁଧ ହାରରେ ୧୦ ଲକ୍ଷ ଟଙ୍କା ଯାଏ ଋଣ ନେଇପାରିବେ। ଏହି ବ୍ୟବସ୍ଥା ପୂର୍ବରୁ ୪.୫ ଲକ୍ଷ ଟଙ୍କା ଯାଏ ଆୟ ଥିବା ପରିବାର ପିଲାଙ୍କୁ ମିଳୁଥିଲା।

Advertisment

ଆର୍ଥିକ ଅଭାବରୁ କୌଣସି ମେଧାବୀ ଶିକ୍ଷାର୍ଥୀ ଯେମିତି ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହେବେ, ସେଥିପାଇଁ ସରକାର ଏପରି ଯୋଜନା ଆଣିଥିବା କହିଛନ୍ତି।

ଜଣେ ଆଶାୟୀ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ପୋର୍ଟଲା ଜରିଆରେ ଋଣ ପାଇଁ ଆବେଦନ କରିପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଋଣ ପ୍ରଦାଦନକୁ ଅନୁମତି ଦିଆଯିବ।
୭.୫ ଲକ୍ଷ ଯାଏ ଋଣକୁ ୭୫% କ୍ରେଡିଟ ଗ୍ୟାରେଣ୍ଟ ଦିଆଯିବ। ସମସ୍ତ ସରକାରୀ ଓ ଘରୋଇ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ଏହି ଯୋଜନାରେ ସାମିଲ ହୋଇପାରିବେ। 

PM Modi Cabinet Meeting