Advertisment

କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୪% ବଢ଼ିଲା

ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଲାଭ ବାନ ହେବ।

ଅଦ୍ୟତନ ହୋଇଛି
DA

DA

Advertisment

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଛନ୍ତି। ଏହି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ଆଜି ମୋହର ମଧ୍ୟ ମାରିଛି। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନ ଭୋଗୀ  ଲାଭ ବାନ ହେବ। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ। ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ।

Advertisment

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହଙ୍ଗା ଭତ୍ତାର ପରିମାଣକୁ ୪% ବୃଦ୍ଧି କରାଯାଇଛି। ଏହାଦ୍ୱାରା ସରକାରଙ୍କ ଉପରେ ୧୨,୮୧୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ସେହିପରି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୩ ଜାନୁଆରୀ ୧ରୁ ଲାଗୁ ହେବ।

ନୂଆ ନିଷ୍ପତ୍ତି ଦ୍ୱାରା କେନ୍ଦ୍ରର କାର୍ଯ୍ୟରତ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନ ଭୋଗୀ ଲାଭବାନ ହେବେ। ୭ମ ବେତନ କମିଶନ ଆଧାରରେ ଏପରି ବୃଦ୍ଧି କରାଯାଇଥିବା ବୋଲି ସେ ସୂଚନା ଦେଇଛନ୍ତି। 

Advertisment

ପୁର୍ବରୁ ୨୦୨୨ ସେପ୍ଟେମ୍ବର ୨୮ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଥିଲା। ଏହାକୁ ୨୦୨୨ ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ କରାଯାଇଥିଲେ। ସେଥର ମଧ୍ୟ ୪% ବଢ଼ିଥିଲା। ଏଥର ରିପୋର୍ଟ ପ୍ରକାଶ ପାଇଥିଲା ଯେ ହୋଲି ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିବ। ହେଲେ ଏନେଇ କୌଣସି ନିଷ୍ପତ୍ତି କେନ୍ଦ୍ର ସରକାର ନେଇ ନଥିଲେ। ଏବେ କିନ୍ତୁ କ୍ୟାବିନେଟ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବରେ ମୋହର ମାରିଛି। ସରକାର ବର୍ଷକ ମଧ୍ୟରେ ଦୁଇ ଥର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ଥାଆନ୍ତି। 

DA Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe