Advertisment

ସରକାରଙ୍କ ବଡ଼ ଘୋଷଣା: ୨୦୨୮ ଯାଏ ମିଳିବ ପୋଷଣଯୁକ୍ତ ମାଗଣା ଚାଉଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ଲଗାଯାଇଛି।

author-image
Hemant Lenka
Rice

Rice

କେନ୍ଦ୍ର ସରକାରଙ୍କ ପକ୍ଷରୁ ଖାଦ୍ୟ ଆଇନ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ଦିଆଯାଉଥିବା ମାଗଣା ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା ଜାରି ରହିବ। ଆସନ୍ତା ୨୦୨୮ ଯାଏ ଲୋକମାନେ ମାଗଣାରେ ଏହି ଚାଉଳ ପାଇପାରିବେ।

Advertisment

ଏଥିପାଇଁ ୧୭,୦୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ଲଗାଯାଇଛି। ଆନେମିଆ ଓ ଅପପୃଷ୍ଟିକୁ ରୋକିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମାଗଣା ପୋଷଣଯୁକ୍ତ ଚାଉଳ ପାଇଁ ମୋଟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାର ଏଥିପାଇଁ ପୂରା ପାଣ୍ଠି ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ସମେତ ସରକାରଙ୍କ ସବୁ ଯୋଜନା ଅଧୀନରେ ଏହି ଚାଉଳ ଲୋକମାନେ ପାଇ ପାରିବେ। ୨୦୨୪ ଜୁଲାଇରୁ ୨୦୨୮ ଡିସେମ୍ବର ଯାଏ ପୋଷଣଯୁକ୍ତ ମାଗଣା ଚାଉଳ ମିଳିବ ବୋଲି ସେ କହିଛନ୍ତି।

Advertisment

୨୦୨୨ ଏପ୍ରିଲ ମାସରେ ସରକାର ଅର୍ଥନୀତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ ଦେଶରେ ପୋଷଣଯୁକ୍ତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୨୪ ମାଚ୍ଚ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହି ଯୋଜନା ଦେଶର ସବୁ ପ୍ରାନ୍ତରେ ଲାଗୁ ହେବ ବୋଲି କୁହାଯାଇଥିଲା।

ସରକାର ମଧ୍ୟ ଏହାକୁ ସଫଳତାର ସହ ଲାଗୁ କରିଥିବା କହିଛନ୍ତି। ସବୁ ସରକାରୀ ଯୋଜନା ଅଧୀନରେ ଲୋକଙ୍କୁ ପୋଷଣଯୁକ୍ତ ମାଗଣା ଚାଉଳ ୨୦୨୪ ମାର୍ଚ୍ଚ ସୁଦ୍ଧା ଯୋଗାଇ ଦିଆଯାଇଛି। ଏବେ ଏହି ଯୋଜନାକୁ ୨୦୨୮ ଡିସେମ୍ବର ମାସ ଯାଏ ବୃଦ୍ଧି କରାଯାଇଛି।

Free Rice Cabinet Meeting