Advertisment

କେବୁଲ ସଜାଡ଼ିବାକୁ ଆସିଥିଲେ ଅପରେଟର, ବୃଦ୍ଧାଙ୍କ ଚେନ୍‌ ଉପରେ ପଡ଼ିଗଲା ଆଖି

ଘରକୁ ଟିଭି ସଜାଡ଼ିବାକୁ ଆସିଥିଲେ କେବୁଲ ଅପରେଟର । ମାତ୍ର ଉକ୍ତ ସମୟରେ ଘରେ ଏକୁଟିଆ ଥିବା ବୃଦ୍ଧାଙ୍କ ବେକରେ ଥିବା ସୁନା ଚେନ୍‌ ଦେଖି ନିଜ ଲୋହ ସମ୍ଭାଳି ପାରିଲେନି ଅପରେଟରଜଣକ ।

Crime

Crime

Advertisment

ଘରକୁ ଟିଭି ସଜାଡ଼ିବାକୁ ଆସିଥିଲେ କେବୁଲ ଅପରେଟର । ମାତ୍ର ଉକ୍ତ ସମୟରେ ଘରେ ଏକୁଟିଆ ଥିବା ବୃଦ୍ଧାଙ୍କ ବେକରେ ଥିବା ସୁନା ଚେନ୍‌ ଦେଖି ନିଜ ଲୋହ ସମ୍ଭାଳି ପାରିଲେନି ଅପରେଟରଜଣକ । ଏହାପରେ ଉକ୍ତ ଚେନ୍‌ ଛଡ଼ାଇବାକୁ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର ଗାଭରାପାଲେମ ଅଞ୍ଚଳରେ ଘଟିଛି। ଏହାର ଭିଡିଓ ଏକ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସିସିଟିଭିରେ ଦେଖିବାକୁ ମିଳୁଛି, କେବୁଲ ଅପରେଟର ଗୋବିନ୍ଦ ସୋଫାରେ ବସିଥିବା ବୃଦ୍ଧାଙ୍କ ବେକକୁ ଏକ ତଉଲିଆରେ ଚାପି ରଖିବା ସହ ଅଣ ନିଶ୍ୱାସୀ କରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଏହାପରେ ବୃଦ୍ଧାଜଣକ ଚିତ୍କାର କରିବାରୁ ସେ ସେଠାରୁ ଫେରାର ହୋଇ ଯାଇଥିବା ଜଣାଯାଇଛି।

ଏନେଇ ସୂଚନା ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କେବୁଲ ଅପରେଟରଜଣକ ସବୁବେଳେ ବୃଦ୍ଧାଙ୍କ ଘରକୁ ଯିବା ଆସିବା କରିବା ବେଳେ ତାଙ୍କ ଚେନ୍‌ ଉପରେ ଲକ୍ଷ୍ୟ ରଖିଥିବା ପୁଲିସ୍‌ ସୂଚନା ଦେଇଛି। ଏଥିସହ ଏକୁଟିଆ ପାଇ ତାଙ୍କ ଉପରେ ଆକ୍ରମଣ କରିବାକୁ ପଛାଇ ନାହିଁ।

Advertisment

ଗୋବିନ୍ଦ ବୃଦ୍ଧାଙ୍କୁ ହତ୍ୟା ଉଦ୍ୟମ କରିଥିବା ବେଳେ ପୁଲିସ୍‌ ଏନେଇ ମାମଲା ରୁଜୁ କରି ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛି। ତେବେ ତାଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe