Advertisment

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବ୍ୟାପକ ହିଂସା: କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ବା ସେଣ୍ଟ୍ରାଲ ଫୋର୍ସକୁ ମୁତୟନ କରିବାକୁ କୋର୍ଟ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶକୁ ନିର୍ବାଚନ ଅଧିକାରୀ କାର୍ଯ୍ୟକାରୀ କରିବେ।

ଅଦ୍ୟତନ ହୋଇଛି
Calcutta HC

Calcutta HC

Advertisment

ଜୁଲାଇ ୮ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ଦିନକୁ ଦିନ ପୂରା ରାଜ୍ୟ ଅଶାନ୍ତ ହୋଇ ପଡ଼ୁଥିବାରୁ ଆଜି କ୍ୟାଲକାଟା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ପଶ୍ଚିମବଙ୍ଗର ସବୁ ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବଳ ବା ସେଣ୍ଟ୍ରାଲ ଫୋର୍ସକୁ ମୁତୟନ କରିବାକୁ କୋର୍ଟ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶକୁ ନିର୍ବାଚନ ଅଧିକାରୀ କାର୍ଯ୍ୟକାରୀ କରିବେ।

ଜୁଲାଇ ୮ ନିର୍ବାଚନ ପାଇଁ ବିଭିନ୍ନ ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଗୁରୁବାର ଦକ୍ଷିଣ ୨୪ ପ୍ରଗଣା ଓ ବୀରଭୂମିରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ଭାଙ୍ଗର ଅଞ୍ଚଳରେ ଟିଏମସି ଓ ଆଏସ୍‌ଏଫ କର୍ମୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ପରେ ବୋମା ମାଡ଼ ହୋଇଛି।

Advertisment

ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେବାରୁ ପୁଲିସ୍ ଲୁହ ବୁହା ଗ୍ୟାସ ପ୍ରୟୋଗ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଆଜି ନାମାଙ୍କନ ପାଇଁ ଧାର୍ଯ୍ୟ ସମୟ ଶେଷ ହୋଇଛି। ଶେଷ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରେ ଗଣ୍ଡୋଗଳ ଦେଖାଯାଇଛି।

ଆଗକୁ ସ୍ଥତି ବିଗିଡ଼ିବାର ଆଶଙ୍କା ଥିବାରୁ କ୍ୟାଲକାଟା ହାଇକୋର୍ଟ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ କହିଛନ୍ତି। ରାଜ୍ୟ ପୁଲିସ୍‌ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଭାବେ ପଞ୍ଚାୟତ ନିର୍ବାଚନର ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହିବେ।

ଜୁଲାଇ ୮ ତାରିଖରେ ପ୍ରାୟ ୭୫ ହଜାର ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ। ଲୋକମାନେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଦେବେ।

TMC West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe