Advertisment

ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟଣା; NIA ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କେନ୍ଦ୍ର ସରକାରଙ୍କ ଠାରୁ ଏନ୍‌ଓସି ମିଳିବା ପରେ ତଦନ୍ତ ଆରମ୍ଭ କରିବ ଏନ୍‌ଆଇଏ।

author-image
Jitendra Garnayak
ଅଦ୍ୟତନ ହୋଇଛି
Calcutta High Court

Calcutta High Court

ଚଳିତ ବର୍ଷ ରାମ ନବମୀ ଅବସରରେ ପଶ୍ଚିମବଙ୍ଗର ହାୱଡ଼ା, ହୁଗଲୀ ଓ ଡାଲଖୋଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବା ବେଳେ କାଲକାଟା ହାଇକୋର୍ଟ ଏହାର ଏନ୍‌ଆଇଏ (NIA) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରାମନବମୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡର ଏନଆଇଏ ତଦନ୍ତ ଦାବି କରି ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କାଲକାଟା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ତା’ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି।

ଦୁଇ ସପ୍ତାହ ମଧ୍ୟରେ ଏହି ମାମଲା ସଂପର୍କିତ ସମସ୍ତ ତଥ୍ୟ, ଏଫଆଇଆର ଓ ସିସିଟିଭି ଫୁଟେଜ ଏନ୍‌ଆଇଏକୁ ହସ୍ତାନ୍ତର କରିବା ପାଇଁ ପଶ୍ଚିମବଙ୍ଗ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଠାରୁ ଏନ୍‌ଓସି ମିଳିବା ପରେ ଏନ୍‌ଆଇଏ ଏହି ତଦନ୍ତ ଆରମ୍ଭ କରିବ।

Advertisment

ହାୱଡାରେ ରାମ ନବମୀ ଅବସରରେ ବାହାରିଥିବା ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ହିଂସାକାଣ୍ଡ ବେଳେ ଗାଡ଼ି ଜଳାପୋଡ଼ା କରାଯାଇଥିଲା। ଦୋକାନ ଭଙ୍ଗା ଯାଇଥିଲା। ତା’ ସହିତ ପଥର ମାଡ଼ ହୋଇଥିଲା। ଏହା ପରେ ସ୍ଥିତିକୁ ଦେଖି ସହରରେ ବହୁ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।