Advertisment

୨୦୧୦ ଠାରୁ ମିଳିଥିବା ସବୁ ଓବିସି ପ୍ରମାଣପତ୍ରକୁ ରଦ୍ଦ କରି ଦେଲେ ହାଇକୋର୍ଟ

ପଶ୍ଚିମବଙ୍ଗ ପଛୁଆ ବର୍ଗ ଆଇନ ୨୦୧୨ର ସେକସନ ୨ଏଚ, ୫,୬ ଓ ସେକସନ ୧୬ ଏବଂ ଅନୁଚ୍ଛେଦ ୧ ଓ ୩କୁ ହାଇକୋର୍ଟ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
OBC

OBC

ଗୋଟିଏ ବଡ଼ ରାୟ ଦେଇଛନ୍ତି କଲିକତା ହାଇକୋର୍ଟ। ପଶ୍ଚିମବଙ୍ଗରେ ୨୦୧୦ ମସିହା ଠାରୁ ଜାରି ହୋଇଥିବା ସମସ୍ତ ଅନ୍ୟ ପଛୁଆ ବର୍ଗ(ଓବିସି) ପ୍ରମାଣପତ୍ରକୁ ଆଜି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏହାର ଅର୍ଥ ଉକ୍ତ ପ୍ରମାଣପତ୍ର ଦେଖାଇ ଆଉ ଚାକିରି ମିଳିବ ନାହିଁ। କିନ୍ତୁ ଚାକିରି କରି ସାରିଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। 

Advertisment

ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଓ ଜଷ୍ଟିସ ରାଜଶେଖର ମନଥାଙ୍କ ଡିଭିଜନ ବେଞ୍ଚ ଏପରି ରାୟ ଦେଇଛନ୍ତି। ଓବିସି ପ୍ରମାଣପତ୍ର ଜାରି କରିବା ପାଇଁ ଆପଣା ଯାଇଥିବା ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଗୋଟିଏ ପିଆଇଏଲ ଦାଖଲ କରାଯାଇଥିଲା। ଏହାର ଶୁଶାଣି କରି ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। 

୧୯୯୩ ମସିହା ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆକ୍ଟ ଅନୁସାରେ ନୂଆ ଓବିସି ତାଲିକା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନ ଅନୁସାରେ ତାଲିକା ପ୍ରସ୍ତୁତ କରିବେ। ୨୦୧୦ ଠାରୁ ପ୍ରସ୍ତୁତ ହୋଇଥିବା ଓବିସି ତାଲିକା ବେଆଇନ ବୋଲି କୋର୍ଟ ରୁଲିଂ ଦେଇଛନ୍ତି।

Advertisment

ପଶ୍ଚିମବଙ୍ଗ ପଛୁଆ ବର୍ଗ ଆଇନ ୨୦୧ର ସେକସନ ୨ଏଚ, ୫,୬ ଓ ସେକସନ ୧୬ ଏବଂ ଅନୁଚ୍ଛେଦ ୧ ଓ ୩କୁ ହାଇକୋର୍ଟ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଛନ୍ତି।

୨୦୧୧ରେ ଦାଖଲ ହୋଇଥିବା ପିଆଇଏଲରେ ଦାବି କରାଯାଇଥିଲା ଯେ ୧୯୯୩ ମସିହା ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନକୁ ବାଇପାସ କରି ୨୦୧୦ ପରଠାରୁ ଓବିସି ପ୍ରମାଣପତ୍ର ଜାରି କରାଯାଇଥିଲା। ଯେଉଁମାନେ ପ୍ରକୃତରେ ପଛୁଆ ବର୍ଗର ସେମାନଙ୍କୁ ପ୍ରମାଣପତ୍ର ମିଳି ନଥିଲା।

ଡିଭିଜନ ବେଞ୍ଚଙ୍କ ରାୟ ପରେ ୨୦୧୦ ପରଠାରୁ ଜାରି ହୋଇଥିବା ସମସ୍ତ ଓବିସି ପ୍ରମାଣପତ୍ର ଅସିଦ୍ଧ ହୋଇଯାଇଛି। ୨୦୧୦ ପୂର୍ବରୁ ଜାରି ହୋଇଥିବା ଓବିସି ପ୍ରମାଣପତ୍ର ଉପରେ ହାଇକୋର୍ଟଙ୍କ ରାୟର କୌଣସି ପ୍ରଭାବ ପଡ଼ିବ ନାହିଁ।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଲଗା ବର୍ଗର ନାଗରିକଙ୍କ ସେବା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ସେହିପରି ଯେଉଁମାନେ ଏବେ ସେବାର ଅଛନ୍ତି କିମ୍ବା ସଂରକ୍ଷଣ ଦ୍ୱାରା ଲାଭବାନ ହୋଇଛନ୍ତି କିମ୍ବା ରାଜ୍ୟର କୌଣସି ଚୟନ ପ୍ରକ୍ରିୟାରେ ସଫଳତା ପାଇଛନ୍ତି, ସେମାନଙ୍କୁ ମଧ୍ୟ ଆଜିର ରାୟ ପ୍ରଭାବିତ କରିପାରିବ ନାହିଁ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟଙ୍କ ରାୟକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ବିଜେପିର ନିର୍ଦ୍ଦେଶକୁ ପାଳନ କରିପାରିବୁ ନାହିଁ। ଓବିସି ସଂରକ୍ଷଣ ଜାରି ରହିବ। ସେମାନଙ୍କ ଅତ୍ୟାଚାର ଓ ଦୁଃସାହାସକୁ ଥରେ ଭାବନ୍ତୁ। ଏହା ଦେଶର କଳଙ୍କିତ ଅଧ୍ୟାୟ।

ଏହା ମୁଁ କରି ନାହିଁ। ଉପେନ ବିଶ୍ୱାସ ଏହା କରିଥିଲେ। ଓବିସି ସଂରକ୍ଷଣ ଲାଗୁ କରିବା ପୂର୍ବରୁ ସର୍ଭେ ହୋଇଥିଲା। ପୂର୍ବରୁ ମାମଲା ହୋଇଥିଲା। କିନ୍ତୁ କୌଣସି ଫଳ ମିଳି ନଥିଲା। କ’ଣ ପାଇଁ ସେମାନେ ବିଜେପି ଶାସିତ ରାଜ୍ୟର ନୀତି ବିଷୟରେ କିଛି କହୁ ନାହାନ୍ତ?”

OBC OBC Survey Calcutta High Court