Advertisment

ମଝି ଆକାଶରେ ଥିଲା ବିମାନ, ଇଞ୍ଜିନରୁ ବାହାରିଲା ଧୂଆଁ

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆଇଏକ୍ସ୩୪୮ ଆଜି ୧୮୪ ଜଣ ଯାତ୍ରୀଙ୍କୁ ଧରି ଅବୁଧାବିରୁ କେରଳର କଲିକଟ୍‌ ଅଭିମୁଖେ ଉଡ଼ାଣ ଭରିଥିଲା

author-image
Hemant Lenka
ଅଦ୍ୟତନ ହୋଇଛି
Air India

Air India

ଅବୁଧାବିରୁ କେରଳର କଲିକଟ୍‌ ବା କୋଝିକୋଡ଼ ଆସୁଥିବା ବିମାନରେ ଘଟିଛି ଅଘଟଣ। ଏୟାର ଇଣ୍ଡିଆର ଏହି ଏକ୍ସପ୍ରେସ ବିମାନ ମଝି ଆକାଶରେ ଥିବା ବେଳେ ଏହାର ଗୋଟିଏ ଇଞ୍ଜିନରେ ଲାଗି ଯାଇଛି ନିଆଁ। ତେବେ କୌଣସି ଅଘଟଣ ଘଟିବା ପୂର୍ବ ପାଇଲଟ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଭାବେ ଅବୁଧାବି ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଛନ୍ତି। ଫଳରେ ସମସ୍ତ ଯାତ୍ରୀ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆଇଏକ୍ସ୩୪୮ ଆଜି ୧୮୪ ଜଣ ଯାତ୍ରୀଙ୍କୁ ଧରି ଅବୁଧାବିରୁ କେରଳର କଲିକଟ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ଗୋଟିଏ ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ସେହିପରି ଏହା ମଧ୍ୟରୁ ଧୂଆଁ ମଧ୍ୟ ବାହାରିଥିଲା। ଏହା ଦେଖି ପାଇଲଟ ତୁରନ୍ତ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିଥିଲେ। ଏହାପରେ ସେ ବିମାନଟିକୁ ଅବୁଧାବି ଏୟାରପୋର୍ଟ ଅଭିମୁଖେ ନେଇ ସୁରକ୍ଷିତ ଲ୍ୟାଣ୍ଡ କରାଇଥିଲେ।

ଡିଜିସିଏ ଗୋଟିଏ ବିବୃତିରେ କହିଛି, ବିମାନଟି ସୁମଦ୍ର ପତ୍ତନରୁ ୧ ହଜାର ଫୁଟ ଉପରେ ଥିବା ବେଳେ ପୂରା ଘଟଣା ଘଟିଥିଲା। ତେବେ ପାଇଲଟ ଜଣଙ୍କ ଠିକଣା ସମୟରେ ସମସ୍ୟା ସମ୍ପର୍କରେ ଜାଣିପାରି ଏହାକୁ ଅବୁଧାବି ଏୟାରପୋର୍ଟରେ ସୁରକ୍ଷିତ ଭାବେ ଅବତରଣ କରାଇଛନ୍ତି। ବିମାନରେ ଥିବା ସମସ୍ତ ୧୮୪ ଜଣ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

Advertisment
Air India