Advertisment

କମ୍ବୋଡ଼ିଆରୁ ଫେରିଲେ ୬୦ ଯୁବକ, ଚାକିରି ଆଶାରେ ଯାଇ ଫସିଥିଲେ

ମୋଟା ଅଙ୍କର ଦରମା ଆଶାରେ କମ୍ବୋଡ଼ିଆ ଯାଇ ଫସିଥିବା ୬୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। କମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ସହଯୋଗରେ ସେମାନେ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଛନ୍ତି।

Indians Return Home

Indians Return Home

Advertisment

ମୋଟା ଅଙ୍କର ଦରମା ଆଶାରେ କମ୍ବୋଡ଼ିଆ ଯାଇ ଫସିଥିବା ୬୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। କମ୍ବୋଡ଼ିଆରେ ଥିବା ଭାରତୀୟ ଦୂତାବାସ ସହଯୋଗରେ ସେମାନେ ସୁରକ୍ଷିତ ଭାବେ ଦେଶକୁ ଫେରି ଆସିଛନ୍ତି।

Advertisment

ମୋଟା ଅଙ୍କର ଦରମାର ଲୋଭ ଦେଖାଇ ଚାକିରି ନିମନ୍ତେ ଉକ୍ତ ଯୁବକମାନଙ୍କୁ କିଛି ଏଜେଣ୍ଟ କମ୍ବୋଡ଼ିଆ ନେଇ ଯାଇଥିଲେ। ମାତ୍ର ସେଠାରେ ପହଞ୍ଚି ସେମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏଥିସହ ଫେରିବା ନିମନ୍ତେ ଭାରତୀୟ ଦୂତାବାସର ସାହାଯ୍ୟ ଲୋଡ଼ିଥିଲେ। ଭାରତୀୟ ଦୂତାବାସ ପକ୍ଷରୁ ସ୍ଥାନୀୟ ପ୍ରଶାସନ ସହାୟତାରେ ଉକ୍ତ ଯୁବକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଦେଶକୁ ପଠାଇ ଦିଆଯାଇଛି।

ଏଥିସହ ବିଦେଶରେ ଚାକିରି ଆଶାରେ ଥିବା ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଏହି ଆଡଭାଇଜରୀ ଅନୁଯାୟୀ, ଅନ୍ୟ ଦେଶରେ ଚାକିରି କରିବା ନିମନ୍ତେ ଇଚ୍ଛୁକ ଥିଲେ କେବଳ ବିଦେଶ ମନ୍ତ୍ରାଳୟ ଦ୍ୱାରା ସ୍ୱିକୃତୀପ୍ରାପ୍ତ ଏଜେଣ୍ଟଙ୍କ ସହ ଯୋଗାଯୋଗ କରନ୍ତୁ। ଏଥିସହ ଭବିଷ୍ୟତରେ ଟୁରିଷ୍ଟ ଭିସାରେ ଚାକିରି ନିମନ୍ତେ ନ ଯିବାରୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Advertisment

ଭାରତୀୟ ଦୂତାବାସ ପକ୍ଷରୁ ସୋଶାଲ ମିଡିଆରେ ହୋଇଥିବା ପୋଷ୍ଟରେ କୁହାଯାଇଛି, ସବୁବେଳେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସାହାଯ୍ୟ କରିବାକୁ ପ୍ରତିବଦ୍ଧ । କମ୍ବୋଡିଆରୁ ଉଦ୍ଧାର କରାଯାଇଥିବା ୬୦ ଭାରତୀୟଙ୍କୁ ଘରକୁ ପଠାଇ ଦିଆଯାଇଛି। ଏଥିନିମନ୍ତେ କମ୍ବୋଡ଼ିଆ ଅଧିକାରୀଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ।

ଏଥିସହ କମ୍ବୋଡିଆରେ ଫସିଥିବା ଅନ୍ୟ ଭାରତୀୟମାନେ ବି ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏଥିନିମନ୍ତେ ଗତ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଏକ କଣ୍ଟ୍ରୋଲ ରୁମ୍‌ ସ୍ଥାପିତ କରାଯାଇଥିଲା। ଭାରତୀୟ ଦୂତାବାସ ଏଯାବତ କମ୍ବୋଡିଆରୁ ସୁରକ୍ଷିତ ଭାବେ ୩୬୦ ଯୁବକଙ୍କୁ ଉଦ୍ଧାର କରି ଦେଶକୁ ଫେରାଇ ଆଣିଛି।

Rescue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe