Advertisment

ଭାରତର ସମର୍ଥନ ଦେଖି ଖୁସିରେ ଗଦଗଦ ହୋଇଗଲେ ଇସ୍ରାଏଲ ରାଷ୍ଟ୍ରଦୂତ

ଯୁଦ୍ଧ ବେଳେ ନୂଆଦିଲ୍ଲୀରୁ ମିଳୁଥିବା ସମର୍ଥନ ପାଇଁ ସେ ଭାରତୀୟ ନେତୃବୃନ୍ଦ ଓ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Gilon

Gilon

Advertisment

ହମାସ ସହ ଯୁଦ୍ଧ କରୁଥିବା ଇସ୍ରାଏଲ ଭାରତର ସମର୍ଥନ ଦେଖି ଖୁସିରେ ଗଦଗଦ ହୋଇଯାଇଛି। ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ ଭାରତୀୟଙ୍କ ସମର୍ଥନ ଦେଖି ଆଜି ବଡ଼ ବୟାନ ଦେଇଛନ୍ତି।

Advertisment

ଯୁଦ୍ଧ ବେଳେ ନୂଆଦିଲ୍ଲୀରୁ ମିଳୁଥିବା ସମର୍ଥନ ପାଇଁ ସେ ଭାରତୀୟ ନେତୃବୃନ୍ଦ ଓ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତରୁ ଇସ୍ରାଏଲକୁ ଏତେ ସମର୍ଥନ ମିଳୁଛି ଯେ ଦରକାର ପଡ଼ିଲେ ଭାରତୀୟ ସ୍ୱେଚ୍ଛାସେବୀଙ୍କୁ ନେଇ ଇସ୍ରାଏଲ ଯୁଦ୍ଧ ପାଇଁ ଆଉ ଗୋଟିଏ ସେନା ବାହିନୀ ଗଠନ କରଦେବ ବୋଲି ମଧ୍ୟ ଗିଲୋନ ମତ ରଖିଛନ୍ତି।

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦି)ଙ୍କ ଠାରୁ ମିଳୁଥିବା ସମର୍ଥନ ଅତୁଳନୀୟ। ସେ ଶନିବାର ସାମ୍ନାକୁ ଆସି ପୂରା ଘଟଣାକୁ ନିନ୍ଦା କରିବା ସହ ଇସ୍ରାଏଲକୁ ସମର୍ଥନ କରିଥିଲେ। ଆମେ ଏହାକୁ କେବେ ହେଲେ ଭୁଲିବୁ ନାହିଁ। ବିଭିନ୍ନ ମନ୍ତ୍ରୀ, ଅଧିକାରୀ ଓ ବ୍ୟବସାୟୀମାନେ ମୋତେ ଫୋନର କରି ଯୁଦ୍ଧରେ ଆମକୁ ସମର୍ଥନ ଘୋଷଣା କରୁଛନ୍ତି।”

Advertisment

ସାଧାରଣ ଭାରତୀୟ ମଧ୍ୟ ଇସ୍ରାଏଲ ସହ ଛିଡ଼ା ହୋଇଥିବା ଗିଲୋନ କହିଛନ୍ତି। ସେ କହିଛନ୍ତି, “ଇସ୍ରାଏଲ ଦୂତାବାସୀର ସୋଶାଲ ମିଡିଆକୁ ଆପଣ ଦେଖନ୍ତୁ। ଏହା ଅତ୍ୟନ୍ତ ଚମତ୍କାର। ସେଠାରେ କୋଟକୋଟି ଭାରତୀୟ ଆମକୁ ସମର୍ଥନ କରି ମତ ରଖୁଛନ୍ତି।

ଭାରତୀୟ ସ୍ୱେଚ୍ଛାସେବୀଙ୍କୁ ନେଇ ମୁଁ ଆଉ ଗୋଟିଏ ଆଇଡିଏଫ(ଇସ୍ରାଏଲ ସେନା ବାହିନୀ) ଗଠନ କରିପାରିବି। ସମସ୍ତେ ମୋତେ କହୁଛନ୍ତି ଯେ ସେମାନେ ସ୍ୱେଚ୍ଛାସେବୀ ହେବାକୁ ଚାହୁଁଛନ୍ତି। ସ୍ୱେଚ୍ଛାସେବୀ ହୋଇ ଇସ୍ରାଏଲ ପାଇଁ ଲଢ଼େଇ କରିବାକୁ ଚାହୁଁଛନ୍ତି। ଏପରି ସମର୍ଥନ ମୋ ପାଇଁ ଅଭୂତପୂର୍ବ। ଭାରତ ଓ ଇସ୍ରାଏଲର ସମ୍ପର୍କ ଏତେ ନିବିଡ଼, ଯାହା ମୁଁ ଶବ୍ଦରେ ବୟାନ କରିପାରିବି ନାହିଁ।”

Israel Declares War Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe