Advertisment

ମୋଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର!

ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦି ରେସରେ ସବୁଠୁ ଆଗରେ ରହିଛନ୍ତିା

undefined

PM Modi

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ କି ନୋବେଲ ଶାନ୍ତି ପୁରସ୍କାର? ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛିା କାରଣ, ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ ଏନେଇ ବଡ଼ ବୟାନ ରଖିଛନ୍ତିା 

Advertisment

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦି ରେସରେ ସବୁଠୁ ଆଗରେ ରହିଛନ୍ତିା ତାଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ରାଜନୈତିକ ବିଚକ୍ଷଣତା ଯୁଦ୍ଧକୁ ଅଟକାଇବାରେ ସଫଳ ହୋଇଛିା ତା’ସହ ଭାରତର ବଡ଼ ଓ ପ୍ରଭାବଶାଳୀ ନେତା ଭାବେ ମୋଦିଙ୍କ ସାରା ବିଶ୍ୱରେ ପରିଚୟ ବି ରହିଛିା ଯଦି, ମୋଦିଙ୍କୁ ମିଳେ ତାହେଲେ ଏହା ଏକ ଐତିହାସିକ ନିଷ୍ପତ୍ତି ହେବ ବୋଲି ସେ ଦୋହରାଇଛନ୍ତିା

ନରୱେରୁ ନୋବେଲ ପୁରସ୍କାର କମିଟିର ଏକ ଟିମ୍ ଭାରତ ଆସିଛି। ଏ ହେଉଛି ସେହି କମିଟି ଯିଏ ଶାନ୍ତି ପୁରସ୍କାର ବିଜେତା ସ୍ଥିର କରେ। ରିପୋର୍ଟ ଅନୁଯାୟୀ, ଆସଲେ ଦୋଜ୍ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟମକୁ ଅନୁସରଣ କରୁଛି। ମୋଦୀଙ୍କ ପରି ଜଣେ ଶକ୍ତିଶାଳୀ ନେତା ଶାନ୍ତି ବଜାୟ ରଖିବାର କ୍ଷମତା ରଖିଛନ୍ତି। ସେ ଏକ ଶକ୍ତିଶାଳୀ ଦେଶରୁ ଆସିଛନ୍ତି ଏବଂ ତାଙ୍କୁ ବେଶ୍ ଗମ୍ଭୀରତାର ସହ ନିଆଯାଉଛି। ମୋଦିଙ୍କର ବିଶ୍ୱସନୀୟତା ରହିଛି। ସେ ଏହି ଶକ୍ତି ବ୍ୟବହାର କରି ଭୟାବହ ଯୁଦ୍ଧକୁ ମଧ୍ୟ ରୋକିପାରିବେ।’ 

Advertisment

ସେପଟେ ନରୱେରୁ ଆସିଥିବା ଭାରତୀୟ ସାଂସଦ ହିମାଂଶୁ ଗୁଲାଟି କହିଛନ୍ତି, ‘ଅନେକ ଭାରତୀୟ ଆଗାମୀ ସମୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହେବେ। ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ରୁଷ ଏବଂ ୟୁକ୍ରେନ ଭାରତକୁ ସମ୍ମାନ କରନ୍ତି। ଯଦି ଏହି ଯୁଦ୍ଧକୁ ବନ୍ଦ କରିବାକୁ ହେବ, ତେବେ ଏଥିରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ।’

PM Modi Nobel Peace Prize
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe