Advertisment

ବିଚାରପତିଙ୍କ ‘ପାକିସ୍ତାନ’ ବୟାନ: ଏମିତି କଥା କହିଲେ ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟର ସ୍ୱାର୍ଥ ଓ ନ୍ୟାୟପାଳିକାର ସମ୍ମାନ ପାଇଁ ମାମଲା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

CJI

CJI

Advertisment

କର୍ଣ୍ଣାଟକା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ଶ୍ରୀସାନନ୍ଦଙ୍କ ବିରୋଧରେ ଚାଲିଥିବା ଆବେଦନରେ ଆଜି ସୁପ୍ରିମକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଜଷ୍ଟିସ ଶ୍ରୀସାନନ୍ଦ ନିଜର ପାକିସ୍ତାନ ବୟାନ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିବା ପରେ ସୁପ୍ରିମକୋର୍ଟ ଏପରି ପଦକ୍ଷେପ ନେଇଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟର ସ୍ୱାର୍ଥ ଓ ନ୍ୟାୟପାଳିକାର ସମ୍ମାନ ପାଇଁ ମାମଲା ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

ନିକଟରେ ଜଷ୍ଟିସ ଶ୍ରୀସାନନ୍ଦ ଗୋଟିଏ ମାମଲାର ଶୁଣାଣି କରିଥିଲେ। ଭଡ଼ାଟିଆ ଓ ଘର ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି କରିବା ବେଳେ ସେ ବେଙ୍ଗାଲୁରୁରେ ଥିବା ଗୋଟିଏ ମୁସଲିମ ବହୁଳ ଅଞ୍ଚଳକୁ ପାକିସ୍ତାନ କହିଥିଲେ। ମହିଳା ଓକିଲଙ୍କ ପ୍ରତି ସେ ଅତ୍ୟନ୍ତ ଘୃଣା ସୃଷ୍ଟିକାରୀ ବୟାନ ମଧ୍ୟ ଦେଇଥିଲେ।

Advertisment

ଏପରି ବୟାନ ସୋଶାଲ ମିଡିଆରେ ଭାଇରାଲ ହେବାରୁ ସୁପ୍ରିମକୋର୍ଟ ନିଜ ଆଡ଼କୁ କର୍ଣ୍ଣାଟକା ହାଇକୋର୍ଟଙ୍କୁ ରିପୋର୍ଟ ମାଗିଥିଲେ। ତୁରନ୍ତ ରିପୋର୍ଟ ଦାଖଲ କରିଥିଲେ।

ଏହି ପ୍ରସଙ୍ଗରେ ଶୁଣାଣି କରିବା ବେଳେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ “କେହି ବି ଭାରତର କୌଣସି ଅଂଶକୁ ପାକିସ୍ତାନ କହିପାରିବେ ନାହିଁ। ମୌଳିକ ଭାବେ ଏହା ଭାରତର ଅଖଣ୍ଡତା ବିରୋଧୀ। ଯାହା ଘଟିଛି, ତାହା ଦେଖାଇବା ଦରକାର। କୋର୍ଟରେ କ’ଣ ଘଟିଲା, ତା’କୁ ଚପାଇ ଦିଆଯାଉ ନାହିଁ।”

ସର୍ବୋଚ୍ଚ ଅଦାଲତ କହିଛନ୍ତି, "ଏପରି ମନ୍ତବ୍ୟ ବ୍ୟକ୍ତିଗତ ପୂର୍ବାଗ୍ରହକୁ ଇଙ୍ଗିତ କରିପାରେ। ବିଶେଷ କରି ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଲିଙ୍ଗ କିମ୍ବା ସମ୍ପ୍ରଦାୟ ପ୍ରତି ଏପରି ବୟାନ ଦିଆଯାଉଛି, ଏହାକୁ ନିଶ୍ଚିତ ବ୍ୟକ୍ତିଗତ ମତଭେଦ ଭାବେ ବିବେଚନା କରାଯାଏ। ତେଣୁ ଏପରି ମନ୍ତବ୍ୟ ଦେବା ବେଳେ ଜଣେ ସତର୍କ ରହିବା ଆବଶ୍ୟକ। ଆମେ ନିର୍ଦ୍ଦିଷ୍ଟ ଲିଙ୍ଗ କିମ୍ବା ସଂପ୍ରଦାୟ ପ୍ରତି ଦିଆଯାଇଥିବା ବୟାନକୁ ବେଶ ଚିନ୍ତିତ।”

କୋର୍ଟ କହିଛନ୍ତି ଯେ ସୋଶାଲ ମିଡିଆ ଯୁଗରେ ବିଚାରପତିଙ୍କ ଦ୍ୱାରା ଦିଆଯାଉଥିବା କୌଣସି ମନ୍ତବ୍ୟର ବ୍ୟାପକ ପ୍ରଭାବ ପଡ଼ିପାରେ। ତେଣୁ ବିଚାରପତିମାନେ ସେମାନଙ୍କ ପ୍ରବୃତି ବିଷୟରେ ସଚେତନ ହେବା ଉଚିତ ଯାହା ଦ୍ୱାରା ସେମାନେ ନିରପେକ୍ଷ ଭାବରେ ବିଚାର କରିପାରିବେ।

Supreme Court CJI CJI D Y Chandrachud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe