Advertisment

ବଦଳିବ କି ଭିନେଶଙ୍କ ଡିସକ୍ୱାଲିଫାଏଡ ନିଷ୍ପତ୍ତି? ସବୁ ବିକଳ୍ପ ବ୍ୟବହାର କରିବାକୁ ମୋଦିଙ୍କ ନିର୍ଦ୍ଦେଶ

ଭିନେଶଙ୍କୁ ସବୁ ପ୍ରକାରର ସମର୍ଥନ ଯୋଗାଇ ଦେବାକୁ ମୋଦି କହିବା ସହ ଦରକାର ପଡ଼ିଲେ ଡିସକ୍ୱାଲିଫାଏଡ ବିରୋଧରେ କଡ଼ା ବିରୋଧ ପ୍ରଦର୍ଶନ କରିବାକୁ ମଧ୍ୟ ସେ ପିଟି ଉଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Hemant Lenka
 Vinesh Phogat

Vinesh Phogat

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଅତି ନିକଟରେ ପହଞ୍ଚିଥିବା ଭିନେଶ ଫୋଗାଟଙ୍କୁ ଆଜି ଏକ ଅପ୍ରାତ୍ୟାଶିତ ଘଟଣାକ୍ରମରେ ଡିସକ୍ୱାଲିଫାଏଡ କରି ଦିଆଯାଇଛି। ଫାଇନାଲ ମ୍ୟାଚ୍‌ ଆରମ୍ଭର କେଇ ଘଣ୍ଟା ପୂର୍ବରୁ ଭିନେଶ ଅଯୋଗ୍ୟ ବିବେଚିତ ହୋଇଥିଲେ।

Advertisment

୫୦ କେଜି ବର୍ଗରେ ଲଢ଼େଇ କରୁଥିବା ଭିନେଶଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଖବର କୋଟି କୋଟି ଭାରତୀୟଙ୍କ ହୃଦୟକୁ ଭାଙ୍ଗି ଦେଇଛି।

କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ୍ସ ଆସୋସିଏସନକୁ ଡିସକ୍ୱାଲିଫାଏଡ ନିଷ୍ପତ୍ତି ବିରୋଧରେ ଆବେଦନ କରିବାକୁ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ କହିଛନ୍ତି। ମୋଦିଙ୍କ ନିର୍ଦ୍ଦେଶ ପରେ ଆସୋସିଏସନ ମଧ୍ୟ ଡିସକ୍ୱାଲିଫାଏଡ ବିରୋଧରେ ଆବେଦନ କରିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ଆଇଓଏ ଆଗରେ ସମାନ ଦାବି ରଖିଛନ୍ତି। 

Advertisment

ଅଲିମ୍ପିକ୍ସରୁ ଭିନେଶଙ୍କୁ ଡିସକ୍ୱାଲିଫାଏଡ କରାଯିବା ନିଷ୍ପତ୍ତିକୁ ଆଇଓଏ ଦୃଢ଼ ଭାବେ ଚ୍ୟାଲେଞ୍ଜ କରୁ। ଦେଶର ଝିଅଙ୍କୁ ନ୍ୟାୟ ମିଳୁ। ଡିସକ୍ୱାଲିଫାଏଡ କରାଯିବା ଦୁର୍ଭାଗ୍ୟଜନକ ଘଟଣା। କିନ୍ତୁ ଭିନେଶ ଫୋଗାଟ ଶକ୍ତିଶାଳୀ ଢଙ୍ଗରେ କମବ୍ୟାକ କରିବେ ବୋଲି ରାହୁଲ ଆଶା ରଖିଛନ୍ତି। 

ଡିସକ୍ୱାଲିଫାଏଡ ବିରୋଧରେ ଆବେଦନ କରାଯାଇଥିଲେ ହେଁ ଅଧିକ ଓଜନ କ୍ଷେତ୍ରରେ ବୁଝାମଣାର ସୁଯୋଗ ବହୁତ କମ। ଥରେ ଜଣେ ଆଥଲେଟ ଧାର୍ଯ୍ୟ ସୀମା ରେଖାକୁ ପାର କରିଗଲେ, ତାଙ୍କୁ ପୁନଃ ସୁଯୋଗ ମିଳିବାର ସମ୍ଭାବନା ନାହିଁ କହିଲେ ଚଳେ।

ଭିନେଶ ଅଯୋଗ୍ୟ ବିବେଚିତ ହେବା ପରେ ମୋଦି ତାଙ୍କ ସମର୍ଥନରେ ମତ ରଖିଥିଲେ। ଭିନେଶକୁ ସେ ଚାମ୍ପିୟନମାନଙ୍କ ମଧ୍ୟରେ ଚାମ୍ପିୟନର ଆଖ୍ୟା ଦେଇଛନ୍ତି। ଏହାପରେ ସେ ଆଇଓଏ ସଭାପତି ପିଟି ଉଷାଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି।

ଭିନେଶଙ୍କୁ ସବୁ ପ୍ରକାରର ସମର୍ଥନ ଯୋଗାଇ ଦେବାକୁ ମୋଦି କହିବା ସହ ଦରକାର ପଡ଼ିଲେ ଡିସକ୍ୱାଲିଫାଏଡ ବିରୋଧରେ କଡ଼ା ବିରୋଧ ପ୍ରଦର୍ଶନ କରିବାକୁ ମଧ୍ୟ ସେ ପିଟି ଉଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ଆଇଓଏ ଡିସକ୍ୱାଲିଫାଏଡ ବିରୋଧରେ ଆବେଦନ କରିଥିବା ବେଳେ ଏହା ବିଚାରାଧୀନ ରହିଥିବା ଜଣାପଡ଼ିଛି। କିନ୍ତୁ ଏହା ଖାରଜ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।

ମଙ୍ଗଳବାର ହ୍ୟାଟ୍ରିକ ବିଜୟ ସହ ଭିନେଶ ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ରାତାରାତି ତାଙ୍କ ଓଜନ ୧ କେକି ବଢ଼ି ଯାଇଥିଲା। ସେ କଠୋର ଟ୍ରେନିଂ କରି ନିଜର ଓଜନକୁ ଗୋଟିଏ ରାତିରେ ୯୦୦ ଗ୍ରାମ ମଧ୍ୟ କମାଇଥିଲେ। ହେଲେ ୧୦୦ ଗ୍ରାମ ପାଇଁ ସେ ଅଲିମ୍ପିକ୍ସରେ ଅଯୋଗ୍ୟ ବିବେଚିତ ହୋଇଛନ୍ତି।

PM Modi Paris Olympics 2024 Vinesh Phogat Olympics 2024