Advertisment

ବାପା-ମା’ଙ୍କୁ ଭେଟିବାକୁ ଆସିଥିବା ଏନ୍‌ଆର୍‌ଆଇ ଯୁବକଙ୍କୁ ହତ୍ୟା

ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।

Nri Killed in Mohali

Nri Killed in Mohali

Advertisment

ବାପା-ମା’ଙ୍କୁ ଭେଟିବାକୁ ଆସିଥିବା ଜଣେ ଏନ୍‌ଆରଆଇ ଯୁବକଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପଞ୍ଜାବ ମୋହାଲିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। 

Advertisment

ସୂଚନା ମୁତାବକ, ଫେବ୍ରୁଆରୀ ମାସରେ କାନାଡାରୁ ଭାରତ ଆସିଥିଲେ ୨୪ ବର୍ଷୀୟ ଏନ୍‌ଆରଆଇ ଯୁବକ ପ୍ରଦୀପ ସିଂହ ଓରଫ ପ୍ରିନ୍ସ। ସେ ଗୁରୁଦାସପୁରର ଗାଜିକୋଟ ଗାଁରେ ରହୁଥିବା ନିଜ ବାପା-ମା’ଙ୍କୁ ଭେଟିବାକୁ ଆସିଥିଲେ। ତେବେ ଗତକାଲି ରାତିରେ କିରତପୁର ସାହିବ ନିକଟରେ ଶ୍ରୀ ଆନନ୍ଦପୁର ସାହିବ ପ୍ରବେଶ ଦ୍ୱାର ନିକଟରେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଆଖପାଖରେ ଶହ ଶହ ଲୋକ ଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ କେହି ଆଗକୁ ଆସିନଥିଲେ। ପ୍ରିନ୍ସ ଏଥିରେ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲ। 

ପୁଲିସର କହିବା ମୁତାବକ, ପ୍ରିନ୍ସ ଘଟଣା ଦିନ ନିହଙ୍ଗାମାନଙ୍କ ଡ୍ରେସ୍ କୋଡ୍ ପିନ୍ଧିଥିଲେ। ତେବେ ସେ କୌଣସି ନିହଙ୍ଗା ସମୂହ ସହ ଜଡିତ ନଥିଲେ। ସେପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ମିଳି ସାରିିଛି। ମାମଲାର ତଦନ୍ତ ଜାରି ରହିଛି। 

Advertisment

ମୋହାଲି ଯିବା ସମୟରେ ଦୁର୍ବୃତ୍ତମାନେ ପ୍ରିନ୍ସଙ୍କ ହତ୍ୟା କରିଛନ୍ତି। ଏଥିପାଇଁ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।  

Murder Punjab NRI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe