Advertisment

ଭାରତରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କଲା କାନାଡା

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।

Canada

Canada

Advertisment

ଭାରତରେ ରହୁଥିବା ନିଜ ଦେଶର ଲୋକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି କାନାଡା। ଭାରତରେ କାନାଡାର ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଓଟ୍ଟାୱା କହିଛି। ଏପରି ସତର୍କ ସୂଚନା ଜାରି କରିବାର କିଛି ଘଣ୍ଟା ପୂର୍ବରୁ କାନାଡା ସରକାର ଭାରତରେ କାମ କରୁଥିବା ୪୧ ଜଣ କୂଟନୀତିଜ୍ଞଙ୍କୁ ସ୍ୱଦେଶ ଫେରାଇ ନେଇଥିଲା। ଏଥିସହ ଅଧିକାଂଶ ଦୂତାବାସ ସହ ଜଡ଼ିତ ଅଫିସକୁ ବନ୍ଦ କରି ଦେଇଥିଲା।

Advertisment

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପରେ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ନିଜାରର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡା କହିବା ପରେ ଭାରତ ଏହାକୁ କଡ଼ା ଭାଷାରେ ବିରୋଧ କରିଛି। ଏସବୁ ଭିତରେ କାନାଡା ତା’ର ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।

କାନାଡା କହିଛି ଯେ ଭାରତରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ହମଲାର ଆଶଙ୍କା ଥିବାରୁ କାନାଡାର ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ। କାନାଡା ଓ ଭାରତରେ ନିକଟରେ ଘଟୁଥିବା ଘଟଣା ସ୍ଥିତିକୁ ବିଗାଡ଼ିଛି।

Advertisment

କାନାଡା ବିରୋଧରେ ଆନ୍ଦୋଳନ ଡାକରା ଦିଆଯିବା ସହ ମିଡିଆ ଓ ସୋଶାଲ ମିଡିଆରେ ନାକାରାତ୍ମକ ପ୍ରଚାର କରାଯାଉଛି। ବିକ୍ଷୋଭ ସମେତ କାନାଡା ବିରୋଧୀ ଶୋଭାଯାତ୍ରା ମଧ୍ୟ ଦେଖାଯାଇପାରେ। କାନାଡା ଲୋକଙ୍କୁ ଭୟଭୀତ ଓ ହଇରାଣ କରାଯାଇ ପାରେ।

ତେଣୁ ଦିଲ୍ଲୀ ଓ ଏନସିଆରରେ କାନାଡାର ଲୋକମାନେ ଅଧିକ ସତର୍କ ରହିବା ସହ ନିଜର ପରିଚୟ ସାର୍ବଜନୀନ କରନ୍ତୁ ନାହିଁ। ଅଜଣା ଲୋକଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ ବୋଲି କାନାଡା ସରକାର ଜାରି କରିଥିବା ସତର୍କ ସୂଚନାରେ ନିଜ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe