Advertisment

ତେଜିଲା ବିବାଦ: ଅମିତ ଶାହଙ୍କୁ ଟାର୍ଗେଟ କରିବାରୁ କାନାଡା ଅଧିକାରୀଙ୍କୁ ସମନ କଲା ଭାରତ

କାନାଡାର ଜଣେ ମନ୍ତ୍ରୀ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଅମିତ ଶାହ ନିର୍ଦ୍ଦେଶ ଦେଇଥିବା ସେ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି।

Canada

Canada

Advertisment

ଖଲିସ୍ତାନୀ ଆତଙ୍କବାଦୀ ନିଜାର ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମସୀମାରେ ପହଞ୍ଚିଛି। ନିଜାର ହତ୍ୟା ପଛରେ ଭାରତୀୟ କୂଟନୀତିଜ୍ଞଙ୍କ ହାତ ରହିଥିବା କାନାଡା ବିନା ପ୍ରମାଣରେ ଅଭିଯୋଗ କରୁଥିବାରୁ ନୂଆଦିଲ୍ଲୀ ଏହାକୁ ବିରୋଧ କରି ଚାଲିଛି।

Advertisment

ଏସବୁ ଭିତରେ କାନାଡାର ଜଣେ ମନ୍ତ୍ରୀ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଅମିତ ଶାହ ନିର୍ଦ୍ଦେଶ ଦେଇଥିବା ସେ ଅଭିଯୋଗ କରିବା ପରେ ହଇଚଇ ସୃଷ୍ଟି ହୋଇଛି। 

ଏହାକୁ ଭାରତ ପକ୍ଷରୁ ଦୃଢ଼ ଭାବେ ଖଣ୍ଡନ କରାଯିବା ସହ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ସମନ କରାଯାଇଛି। କାନାଡା ମନ୍ତ୍ରୀ ଦେଇଥିବା ବୟାନ ଉଦଭଟ ଓ ଭିତ୍ତିହୀନ ବୋଲି ଭାରତ ସରକାର କହିଛନ୍ତି।

Advertisment

କାନାଡାର ବୈଦେଶିକ ମନ୍ତ୍ରଣାଳୟର ଉପ ମନ୍ତ୍ରୀ ଡାଭିଡ ମୋରିସନ ମଙ୍ଗଳବାର ଦେଶର ଲୋକ ସୁରକ୍ଷା ଓ ଜାତୀୟ ସୁରକ୍ଷା ପାଇଁ ଗଠିତ ଷ୍ଟାଣ୍ଡିଂ କମିଟିକୁ କହିଥିଲେ ଯେ ଖଲିସ୍ତାନୀ ବିଦ୍ରୋହୀଙ୍କ ବିରୋଧରେ ହିଂସାତ୍ମକ ପ୍ରଚାର, ଧମକ ଓ ସେମାନଙ୍କ ବିରୋଧରେ ଗୁଇନ୍ଦା ତଥ୍ୟ ହାସଲ କରିବା ପାଇଁ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ଅମିତ ଶାହଙ୍କ ନିର୍ଦ୍ଦେଶରେ କାନାଡରେ ଖଲିସ୍ତାନୀଙ୍କୁ ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଥିଲେ।

ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧିର ଜୈସୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୂରା ପ୍ରସଙ୍ଗରେ କାନାଡା ହାଇକମିଶନର ପ୍ରତିନିଧିଙ୍କୁ ସମନ କରାଯାଇଥିଲା ଓ ତାଙ୍କୁ ଗୋଟିଏ କୂଟନୀତିକ ଚିଠି ଧରାଇ ଦିଆଯାଇଛି। କାନାଡା ମନ୍ତ୍ରୀଙ୍କ ବୟାନକୁ ତୀବ୍ର ଭାବେ ବିରୋଧ କରାଯାଇଥିବା ସେ କହିଛନ୍ତି।

ଜୈସୱାଲ କହିଛନ୍ତି, “ଉପ ମନ୍ତ୍ରୀ ଡାଭିଡ ମୋରିସନ ତାଙ୍କ ଦେଶର କମିଟି ଆଗରେ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ଉଦଭଟ ଓ ଭିତ୍ତିହୀନ କଥାକୁ ଭାରତ ସରକାର କୂଟନୀତିକ ସ୍ତରରେ ତୀବ୍ର ଭାବେ ପ୍ରତିବାଦ କରିଛନ୍ତି। କୂଟନୀତିକ ନୋଟ ମାଧ୍ୟମରେ ଏହା କାନାଡାକୁ ମଧ୍ୟ ଜଣାଇ ଦିଆଯାଇଛି।”

ମୋରିସନ କହିଥିଲେ ଯେ ୱାଶିଂଟନ ପୋଷ୍ଟକୁ ଅମିତ ଶାହଙ୍କ ନାଁ ସେ କହିଥିଲେ। ଏହାପରେ ୱାଶିଂଟନ ପୋଷ୍ଟ ଅଭିଯୋଗ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିଥିଲା। ଏହାର ଉତ୍ତରରେ ଜୈସୱାଲ କହିଛନ୍ତି ଯେ ଏପରି ଘଟଣାରୁ ସ୍ପଷ୍ଟ ହୋଇଛି ଯେ କାନାଡିଆନ ଅଧିକାରୀମାନେ ସତ୍ୟତା ନଥିବା ତଥ୍ୟକୁ ଜାଣିଶୁଣି ମିଡିଆରେ ଲିକ କରୁଛନ୍ତି।

ଏପରି ଘଟଣା ଭାରତ-କାନାଡା ମଧ୍ୟରେ ଥିବା ସମ୍ପର୍କରେ ସାଂଘାତିକ ପ୍ରଭାବ ପକାଇବ। ଏହାର ଗୁରୁତର ପରିଣାମ ଦେଖିବାକୁ ମିଳିପାରେ ବୋଲି ଜୈସୱାଲ ସତର୍କ କରାଇ ଦେଇଛନ୍ତି।

India Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe