Advertisment

ଲେଟେରାଲ ଏଣ୍ଟ୍ରୀ ଉପରେ ଲାଗିଲା ରୋକ୍‌

ଲେଟେରାଲ ଏଣ୍ଟ୍ରୀ ନିଷ୍ପତ୍ତିକୁ ଫେରାଇ ନେଲେ ସରକାର।

author-image
Madhupriya Mistry
ଅଦ୍ୟତନ ହୋଇଛି
UPSC

UPSC

ସଂରକ୍ଷଣକୁ ନେଇ ବିବାଦ ଉପୁଜିବା ପରେ ପ୍ରଶାସନିକ ସେବାରେ ଲେଟେରାଲ ଏଣ୍ଟ୍ରୀ ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌। ଲେଟେରାଲ ଏଣ୍ଟ୍ରୀ ବିଜ୍ଞାପନ ଉପରେ ରୋକ ଲଗାଇବା ସହ ନିଷ୍ପତ୍ତି ଫେରାଇ ନେଲେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ଲେଟେରାଲ ଏଣ୍ଟ୍ରୀର ବିଜ୍ଞାପନକୁ ସରକାର ଫେରାଇ ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଚେୟାରମ୍ୟାନ୍‌ ପ୍ରୀତି ସୁଦାନଙ୍କୁ ଚିଠି ଲେଖି ଏହି ବିଜ୍ଞାପନକୁ ରଦ୍ଦ କରିବାକୁ କହିଛନ୍ତି। ଚିଠିରେ ଜିତେନ୍ଦ୍ର ସିଂହ କହିଛନ୍ତି ଯେ 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିର କରିଛନ୍ତି ଯେ ସମ୍ବିଧାନରେ ଦିଆଯାଇଥିବା ସମାନତା ଅଧିକାର ଅଧୀନରେ ଲାଟେରାଲ୍ ଏଣ୍ଟ୍ରୀ ନିଯୁକ୍ତି ମଧ୍ୟ କରାଯିବା ଉଚିତ। ବିଶେଷକରି ଦେଶରେ ସଂରକ୍ଷଣ ସହିତ କୌଣସି ଟ୍ୟାମ୍ପରିଂ ହେବା ଉଚିତ୍ ନୁହେଁ।'

ଲେଟେରାଲ୍ ଏଣ୍ଟ୍ରୀରେ ସଂରକ୍ଷଣ ଆଣିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ଆଗକୁ ଲେଟେରାଲ୍ ଏଣ୍ଟ୍ରୀରେ OBC / SC / ST ପାଇଁ ସଂରକ୍ଷଣ ଅଣାଯାଇପାରେ ବୋଲି ସମ୍ଭାବନା ରହିଛି। 

Advertisment

ଏହାପୂର୍ବରୁ, UPSC ଅଗଷ୍ଟ ୧୭ ରେ ଏକ ବିଜ୍ଞାପନ ଜାରି କରିଥିଲା, ​​ଯେଉଁଥିରେ ୨୪ଟି ମନ୍ତ୍ରଣାଳୟରେ ୪୫ ଯୁଗ୍ମ ସଚିବ, ଡେପୁଟି ସେକ୍ରେଟେରୀ ଏବଂ ନିର୍ଦ୍ଦେଶକ ସ୍ତରର ନିଯୁକ୍ତି ଲାଟେରାଲ୍ ଏଣ୍ଟ୍ରୀ ମାଧ୍ୟମରେ ପୂରଣ କରାଯିବାକୁ ବିଜ୍ଞପନ ଦିଆଯାଇଥିଲା। ଏହାକୁ ନେଇ ରାଜନୈତିକ ସ୍ତରରେ ବହୁ ବିବାଦ ଉପୁଜି ଥିଲା। ବିରୋଧୀ ଜୋର ସୋର୍‌ରେ ଏହାକୁ ବିରୋଧ କରିଥିଲେ। ଶାସକ ଦଳର କିଛି ନେତାମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇ ନଥିଲେ। ଏହାପରେ ସରକାର ଏହି ବିଜ୍ଞାପ୍ତି ଉପରେ ରୋକ୍‌ ଲଗାଇଛନ୍ତି।  

ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମହତ୍ତ୍ୱପୂର୍ଣ୍ଣ ପଦବୀଗୁଡିକରେ ଲେଟେରାଲ ଏଣ୍ଟ୍ରୀ ଜରିଆରେ ନିଯୁକ୍ତ କରି ଖୋଲାଖୋଲି ଭାବେ  OBC / SC / ST ବର୍ଗର ଲୋକଙ୍କ ସଂରକ୍ଷଣ ଛଡାଇ ନିଆଯାଉଛି ବୋଲି ଅଭିଯୋଗ କରିଥିଲେ। 

ଲେଟେରାଲ୍ ଏଣ୍ଟ୍ରୀକୁ ସିଧାସଳଖ ନିଯୁକ୍ତି ମଧ୍ୟ କୁହାଯାଏ। ଏଥିରେ, ସେହି ଲୋକଙ୍କୁ ସରକାରୀ ସେବାରେ ନିଆଯାଏ, ଯେଉଁମାନେ ନିଜ କ୍ଷେତ୍ରରେ ପାରଦର୍ଶୀ ଅଟନ୍ତି। ସେମାନେ IAS-PCS କିମ୍ବା କୌଣସି ସରକାରୀ କ୍ୟାଡରରୁ ହୋଇନଥିବେ। ଏହି ଲୋକଙ୍କ ଅଭିଜ୍ଞତା ଆଧାରରେ ସରକାର ସେମାନଙ୍କୁ ମନ୍ତ୍ରଣାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନିୟୋଜିତ କରନ୍ତି।

PM Modi UPSC UPSC Lateral Entry Row Cancel Lateral Entry Ad