Advertisment

ମୋଦିଙ୍କ ବିରୋଧରେ ଲଢ଼ି ଦୁଇ ଥର ପରାସ୍ତ ହୋଇଛନ୍ତି, ଏଥର ପୁଣି ମିଳିଛି ଟିକେଟ

ସେ ବିଜେପି ଟିକେଟ୍‌ରେ ୩ ଥର ବିଧାୟକ ହୋଇଥିଲେ। କିନ୍ତୁ ୨୦୧୪ରୁ ମୋଦିଙ୍କ ବିରୋଧରେ ଲଢ଼ୁଛନ୍ତି ନିର୍ବାଚନ।

Ajay and Modi

Ajay and Modi

Advertisment

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରାର୍ଥୀ କରିଛି। ୨୦୧୪ ଓ ୨୦୧୯ରେ ମଧ୍ୟ ସେ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ବିଜୟୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ଏଥର ବାରାଣସୀରୁ ହ୍ୟାଟ୍ରିକ୍ ବିଜୟୀ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ପୁଣି ଥରେ ଅଜୟ ରାୟଙ୍କୁ ଟିକେଟ ଦେଇଛି। ଅଜୟ ରାୟ ଏଥର ମଧ୍ୟ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବ।

Advertisment

୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଅଜୟ ରାୟଙ୍କୁ ମୋଦିଙ୍କ ବିରୋଧରେ ବାରାଣସୀରୁ ପ୍ରାର୍ଥୀ କରିଥିଲା। ଦୁଇ ଥର ଯାକ ଅଜୟ ରାୟ ପରାସ୍ତ ହୋଇଥିଲେ। ତାହା ପୁଣି ତୃତୀୟ ସ୍ଥାନରେ ରହି।

୨୦୧୪ରେ ଏହି ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଲକ୍ଷ ୮୧ ହଜାର ୨୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ୨ ଲକ୍ଷ ୯ ହଜାର ୨୩୮ ଖଣ୍ଡ ଭୋଟ୍ ପାଇଥିଲେ। ଅନ୍ୟପକ୍ଷରେ ଅଜୟ ରାୟଙ୍କୁ ମାତ୍ର ୭୫ ହଜାର ୬୧୪ ଖଣ୍ଡ ଭୋଟ୍ ମିଳିଥିଲା।

Advertisment

୨୦୧୯ରେ ମୋଦି ୬ ଲକ୍ଷ ୭୪ ହଜାର ୬୬୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟିର ଶାଳିନୀ ଯାଦବ ୧ ଲକ୍ଷ ୯୫ ହଜାର ୧୫୯ ଖଣ୍ଡ ଭୋଟ୍ ପାଇଥିଲେ। ଅଜୟ ରାୟଙ୍କ ଭୋଟ୍ ପୂର୍ବଥର ଅପେକ୍ଷା ବଢ଼ିଥିଲା। ସେ ୧ ଲକ୍ଷ ୫୨ ହଜାର ୫୪୮ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।

୧୯୯୧ରୁ ଏଯାବତ ବାରାଣସୀ ବିଜେପିର ଗଡ଼ ହୋଇ ରହିଛି। ତା’ ମଧ୍ୟରେ କେବଳ ୨୦୦୪ରେ କଂଗ୍ରେସର ରାଜେଶ କୁମାର ମିଶ୍ରା ଏଠାରୁ ବିଜୟୀ ହୋଇଥିଲେ।

ଅନ୍ୟପକ୍ଷରେ ଅଜୟ ରାୟଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା ବିଜେପିରୁ। ସେ ବିଜେପି ଟିକେଟରେ କୋଲଅସଲା ଆସନରୁ ୧୯୯୬, ୨୦୦୨ ଓ ୨୦୦୭ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ବିଜେପି ଟିକେଟ ଦେଇ ନଥିଲା। ଏହା ପରେ ସେ ଦଳ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିଲେ ଓ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ହାରି ଯାଇଥିଲେ। ଏହାର ୩ ବର୍ଷ ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।

PM Narendra Modi Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe