Advertisment

'ସମସ୍ତ ସମ୍ପତ୍ତିର ତାଲିକା ଦେବା ପାଇଁ ପ୍ରାର୍ଥୀ ବାଧ୍ୟ ନୁହନ୍ତି'

ଦାମୀ ତଥା ଲଗ୍‌ଜୁରିୟସ ଜୀବନ ଶୈଳୀ ସହ ଜଡିତ ସମ୍ପତ୍ତିର ତାଲିକା ଦେଇପାରିବେ ପ୍ରାର୍ଥୀ।

undefined

Supreme Court

Advertisment

ପାଖେଇ ଆସିଲାଣି ନିର୍ବାଚନୀ ତାରିଖ। ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି। ତେବେ ପ୍ରାର୍ଥୀଙ୍କୁ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ। ସେ ଏଥିପାଇଁ ବାଧ୍ୟ ନୁହନ୍ତି। ଦାମୀ ତଥା ଲଗ୍‌ଜୁରିୟସ ଜୀବନ ଶୈଳୀ ସହ ଜଡିତ ସମ୍ପତ୍ତିର ତାଲିକା ଦେଇପାରିବେ ପ୍ରାର୍ଥୀ। ଏକ ଆବେଦନର ଶୁଣାଣି କରି ଆଜି ଏଭଳି କିଛି କହିଛନ୍ତି ସୁପ୍ରିମକୋର୍ଟ।

Advertisment

ଭୋଟର୍‌ଙ୍କୁ କୌଣସି ବି ପ୍ରାର୍ଥୀଙ୍କ ପ୍ରତ୍ୟେକ ସମ୍ପତ୍ତି ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ନାହିଁ। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ନିଜର ତଥା ନିଜ ଘର ଲୋକଙ୍କ ନାଁରେ ଥିବା ପ୍ରତ୍ୟେକ ସମ୍ପତ୍ତିର ଖୁଲାସା କରିବା ଦରକାର ନୁହେଁ। ଅପ୍ରାସାଙ୍ଗିକ ପ୍ରସଙ୍ଗରେ ପ୍ରାର୍ଥୀଙ୍କ ପାଖରେ ଗୋପନୀୟତା ଅଧିକାର ରହିଛି। କେବଳ ଅଧିକ ମୂଲ୍ୟ ତଥା ବିଳାଶପୂର୍ଣ୍ଣ ଜୀବନଶୈଳୀକୁ ଦର୍ଶାଉ ଥିବା ସମ୍ପତ୍ତିର ତାଲିକା ପ୍ରାର୍ଥୀ ପ୍ରକାଶ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରାର୍ଥୀ ନିଜର ପୋଷାକ, ଜୋତା, ବାସନକୁସନ, ଷ୍ଟେସନାରୀ, ଫର୍ଣ୍ଣିଚର ଭଳି ସମସ୍ତ ସମ୍ପତ୍ତିର ଖୁଲାସା କରିବା ଆବଶ୍ୟକ ନୁହେଁ। ଯଦି ଅତ୍ୟନ୍ତ ଜରୁରୀ ଥାଏ ତେବେ ପ୍ରାର୍ଥୀ ନିଜ ସମସ୍ତ ସମ୍ପତ୍ତିର ତାଲିକା ପ୍ରକାଶ କରିବେ। ଅରୁଣାଚଳରୁ ତେଜୁ ବିଧାନଭାରେ ସ୍ୱାଧୀନ ବିଧାୟକ ଥିବା କାରିଖୋ କ୍ରିଙ୍କ ନିର୍ବାଚନକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଏଥିସହ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଅନିରୁଦ୍ଧ ବୋସ୍‌ ଓ ଜଷ୍ଟିସ୍‌ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ତାଙ୍କ ବିଧାୟକ ପଦକୁ କାଏମ ରଖିଛନ୍ତି।

Advertisment

ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ବେଳେ କାରିଖୋ କ୍ରି ନିଜ ନାମାଙ୍କନ ପତ୍ରରେ ସମସ୍ତ ସମ୍ପତ୍ତିର ତାଲିକା ପ୍ରକାଶ କରିନଥିଲେ। ନିଜ ପତ୍ନୀ ଓ ପୁଅ ନାଁରେ ଥିବା ତିନୋଟି ଗାଡିର ଖୁଲାସା ସେ କରିନଥିଲେ। ଏହାକୁ ନେଇ ତାଙ୍କ ନିର୍ବଚାନ ରଦ୍ଦ କରିବାକୁ କୋର୍ଟରେ ଆବେଦନ ହୋଇଥିଲା। 

Property List Loksabha Election 2024 Candidates Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe