Advertisment

ଦିଲ୍ଲୀ ପରେ ଆଉ ଏକ ବିମାନ ବନ୍ଦରରେ ଅଘଟଣ, ଖସିଲା ଛାତ

ପ୍ରବଳ ବର୍ଷା ଯୋଗୁ ଏହି ଅଘଟଣ ଘଟିଥିବା କୁହାଯାଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Canopy Outside Rajkot Airport Terminal Collapses

Canopy Outside Rajkot Airport Terminal Collapses

ଦିଲ୍ଲୀ ପରେ ଏବେ ଗୁଜରାଟ ପାଳି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଛାତ ଭୁଷୁଡିବା ଘଟଣାର ଦିନକ ପରେ ରାଜକୋଟ ବିମାନ ବନ୍ଦରରେ ମଧ୍ୟ ଘଟିଛି ସମାନ ଘଟଣା। ରାଜକୋଟ ବିମାନବନ୍ଦର ଛାତର ଏକ ଅଂଶ ଖସି ପଡ଼ିଥିବା କୁହାଯାଉଛି।

Advertisment

ସୂଚନା ମୁତାବକ, ରାଜକୋଟ୍‌ ବିମାନ ବନ୍ଦରର ଟମ୍ରିନାଲ ବାହାରେ ପିକଅପ୍ ଏବଂ ଡ୍ରପ୍ ଅଞ୍ଚଳରେ ଛାତ ଖସି ପଡିଛି। ପ୍ରବଳ ବର୍ଷା ଯୋଗୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣା କେହି ମୃତାତହ ହୋଇନଥିବା ସୂଚନା ମିଳିଛି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୨୦୨୩ରେ ରାଜକୋଟ ବିମାନବନ୍ଦରର ନୂତନ ଟର୍ମିନାଲ ବିଲ୍ଡିଂର ଉଦଘାଟନ କରିଥିଲେ। ଏହି ବିମାନବନ୍ଦରକୁ ୧୪୦୦ କୋଟିରୁ ଅଧିକ ମୂଲ୍ୟରେ ବିସ୍ତାର କରାଯାଇଥିଲା।

କହିରଖୁ ଗୋଟିଏ ଦିନ ପୂର୍ବରୁ ତଥା ଶୁକ୍ରବାର ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୧ ରେ ଏଭଳି ଘଟଣା ଘଟିଥିଲା। ଏଠାରେ କେନୋପି ତଥା ଛାତ ଭୁଷୁଣି ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୮ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ୪ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା।

ପାଣିପାଗ ବିଭାଗର ସୂଚନାନୁସାରେ, ଦକ୍ଷିଣ ଗୁଜରାଟ ଉପରେ ଏକ ସାଇକ୍ଲୋନିକ୍ ସିଷ୍ଟମ ସକ୍ରିୟ ରହିଛି, ଏହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ଦକ୍ଷିଣ ଗୁଜରାଟ ପାଇଁ 'ୟେଲୋ ଓ୍ୱାର୍ଣିଂ' ଜାରି କରିଛି।

Canopy Collapse Rajkot Airport Rajkot Airport Canopy Collapse