Advertisment

ପୁଷ୍ପା-୨ ସାଇଡ୍‌ ଇଫେକ୍ଟ, ଅଲ୍ଲୁ ଅର୍ଜୁନ ଷ୍ଟାଇଲ୍‌ରେ ଯୁବକଙ୍କ କାନ କାମୁଡ଼ି ଦେଲେ

ଏକ ଫିଲ୍ମ ହଲ୍‌ର କ୍ୟାଣ୍ଟିନ ମାଲିକ ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଖାଦ୍ୟ ବିଲ୍‌କୁ ନେଇ ଝଗଡ଼ା ହୋଇଥିଲା। ଏହାପରେ କ୍ୟାଣ୍ଟିନ୍‌ ମାଲିକ ଉକ୍ତ ବ୍ୟକ୍ତିଙ୍କ କାନ କାମୁଡି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Allu Arjun

Allu Arjun

ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ପୁଷ୍ପା-୨'କୁ ନେଇ ଚାରିଆଡେ ଜାରି ରହିଛି କ୍ରେଜ୍‌। ଏହି ଫିଲ୍ମ ପାଇଁ ଦର୍ଶକ ପାଗଳ। ଏହି ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ସେତିକି ବିବାଦ ମଧ୍ୟ ସାମ୍ନକୁ ଆସିଛି। ଏବେ ଦର୍ଶକଙ୍କ ମଧ୍ୟରେ ଏହି ଫିଲ୍ମର ଦେଖିବାକୁ ମିଳିଛି ସାଇଡ୍‌ ଇଫେକ୍ଟ। ହଲ୍‌ ଭିତରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ରେ ଜଣେ ବ୍ୟକ୍ତିଙ୍କ କାନ କାମୁଡି ଦେଇଛନ୍ତି ଦୋକାନୀ। ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ଘଟିଛି ଏଭଳି କିଛି ଭୟଙ୍କର ଘଟଣା।

Advertisment

ପୁଷ୍ପା-୨ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜବରନସ୍ତ ଆକ୍ସନ ସିନ୍‌ ରହିଛି। ସେ ଶତ୍ରୁମାନଙ୍କ କାନ କାମୁଡି ଦେଉଥିବା ଦୃଶ୍ୟ ସମସ୍ତଙ୍କୁ ପସନ୍ଦ ଆସୁଛି। କିନ୍ତୁ ଏହି ଫିଲ୍ମର ଖରାପ ପ୍ରଭାବ ଏବେ ଗ୍ୱାଲିଅରରେ ଦେଖିବାକୁ ମିଳିଛି।​ ଏଠାକାର ଏକ ଫିଲ୍ମ ହଲ୍‌ର କ୍ୟାଣ୍ଟିନ ମାଲିକ ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଖାଦ୍ୟ ବିଲ୍‌କୁ ନେଇ ଝଗଡ଼ା ହୋଇଥିଲା। ଏହାପରେ କ୍ୟାଣ୍ଟିନ୍‌ ମାଲିକ ଉକ୍ତ ବ୍ୟକ୍ତିଙ୍କ କାନ କାମୁଡି ଦେଇଥିଲେ। ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେହି ସମୟରେ ଫିଲ୍ମ ହଲ୍‌ରେ ପୁଷ୍ପା-୨ର ସ୍କ୍ରିନିଂ ଚାଳିଥିଲା।

ପୁଲିସ କହିବା ମୁତାବକ, ଇନ୍ଦରଗଞ୍ଜ ଅଞ୍ଚଳରେ ଥିବା 'କୌଳାଶ ଟକିଜ୍‌'ରେ ଏହି ଘଟଣା ଘଟିଛି। ଏଠାକୁ ଶବ୍ବିର ଅହମଦ ନାମକ ଜଣେ ବ୍ୟକ୍ତି ଫିଲ୍ମ ଦେଖିବାକୁ ଆସିଥିଲେ। ତେବେ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ସେ ହଲ୍ ଭିତରେ ଥିବା କ୍ୟାଣ୍ଟିନ୍‌କୁ ଯାଇଥିଲେ। ଖାଦ୍ୟ ବିଲ୍‌କୁ ନେଇ କ୍ୟାଣ୍ଟିନ୍‌ ମାଲିକ ରାହୁ ଓ ଶବ୍ବିରଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏହାପରେ ରାଜୁ ରାଗି ଯାଇ ଶବ୍ବିରଙ୍କ କାନ କାମୁଡି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି।

Advertisment

ଘଟଣା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ୍ବିର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୋମବାର ସେ ପୁଲିସରେ ରାଜୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁଷ୍ପା-୨ ଫିଲ୍ମର ଖରାପ ପ୍ରଭାବ ଲୋକଙ୍କ ଉପରେ ପଡୁଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ପୁଲିସ ଏଯାଏ କ୍ୟାଣ୍ଟିନ ମାଳିକ ରାଜୁକୁ ଗିରଫ କରିନାହିଁ। ମାମଲାର ତଦନ୍ତ ଜାରି ରହିଛି।

Crime Pushpa2 Side Effects Gwalior