Advertisment

CAPF କନଷ୍ଟେବଲ ନିଯୁକ୍ତିରେ ଓଡ଼ିଆରେ ଦେଇ ହେବ ପରୀକ୍ଷା

CAPFରେ କନଷ୍ଟେବଲ ନିଯୁକ୍ତି ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଯିବ।

author-image
Jitendra Garnayak
ଅଦ୍ୟତନ ହୋଇଛି
CAPF

CAPF

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍ ପୁଲିସ୍ ଫୋର୍ସେସ (CAPFs) ରେ କନଷ୍ଟେବଲ (ଜେନେରାଲ ଡ୍ୟୁଟି) ନିଯୁକ୍ତି ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। ଏହି ୧୩ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଆ ମଧ୍ୟ ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

Advertisment

ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ ଅଧିକରୁ ଅଧିକ ସ୍ଥାନୀୟ ଯୁବବର୍ଗଙ୍କୁ ସାମିଲ ହେବାକୁ ଆକୃଷ୍ଟ କରିବାକୁ ତଥା ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି କ୍ରମେ ଏଣିକି CAPFsରେ କନଷ୍ଟେବଲ ନିଯୁକ୍ତି ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଓଡ଼ିଆ,ଅହମିଆ, ବଙ୍ଗାଳି, ଗୁଜରାଟୀ, ମରାଠୀ, ମାଲାୟାଲାମ, କନ୍ନଡ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣି ଭାଷା ରହିଛି। ୨୦୨୪ ଜାନୁଆରୀରୁ ଏହି ନୂଆ ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ହେବ।

Advertisment

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍ ପୁଲିସ୍ ଫୋର୍ସେସ (CAPFs)ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (CRPF), ସୀମା ସୁରକ୍ଷା ବଳ (BSF), କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (CISF), ଇଣ୍ଡୋ-ତିବ୍ଦତିଆନ ବୋର୍ଡର ପୁଲିସ୍ (ITBP), ସଶସ୍ତ୍ର ସୀମା ବଳ (SSB), ଆସାମ ରାଇଫଲ୍‌ସ (AP) ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ପ୍ରମୁଖ କେନ୍ଦ୍ରୀୟ ପୁଲିସ୍ ସଂସ୍ଥା ଗୁଡ଼ିକ ରହିଛନ୍ତି।

CISF Recruitment BSF CRPF CAPF