Advertisment

ମହାରାଷ୍ଟ୍ର ରାଜ୍ୟପାଳ ହେବେ କ୍ୟାପଟେନ ଅମରିନ୍ଦର ସିଂହ !

ରାଜନୀତିକୁ ବାଏ ବାଏ କହିବେ କ୍ୟାପଟେନ ଅମରିନ୍ଦର ସିଂହ।

Amarinder Singh

Amarinder Singh

Advertisment

ରାଜନୀତିକୁ ବାଏ ବାଏ କହିବେ କ୍ୟାପଟେନ ଅମରିନ୍ଦର ସିଂହ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜନୀତିରୁ ସନ୍ନ୍ୟାନ ନେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସେ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହେବା ନେଇ ମଧ୍ୟ ଜୋରଦାର ଆଲୋଚନା ହେଉଛି। ବିଜେପି ତାଙ୍କୁ ଏହି ବଡ଼ ଦାୟତ୍ୱ ଦେବା ନେଇ ମଧ୍ୟ ଆଲୋଚନା ସରଗରମ ହେଉଛି। କେନ୍ଦ୍ର ସରକାର କ୍ୟାପଟେନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ସ୍ଥାନରେ ରାଜ୍ୟର ରାଜ୍ୟପାଳ କରିପାରନ୍ତି ।

Advertisment

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ୨ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୧ରେ ନିର୍ବାଚନ ଠିକ୍ ପୂର୍ବରୁ କଂଗ୍ରେସ ଛାଡି ଦେଇଥିଲେ । ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଲାଗି ରହିଥିବା ବିବାଦ ଓ ହାଇ କମାଣ୍ଡଙ୍କ ମତିଗତିକୁ ଦେଖି ସେ ତାଙ୍କ ପୁରୁଣା କଂଗ୍ରେସ ଦଳ ଛାଡି ଦେବାକୁ ନିଷ୍ପତ୍ତି ନେଇଥିଲେ। ଅମରିନ୍ଦର ସିଂ ଗତ ବର୍ଷ ନଭେମ୍ବରରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ଚଳିତ ବର୍ଷ ପଞ୍ଜାବ ନିର୍ବାଚନ ପୂର୍ବରୁ ଏକ ନୂତନ ଦଳ ଗଠନ କରିଥିଲେ। ଶେଷରେ ଏହାକୁ ଚଳିତ ବର୍ଷ ଆରମ୍ଭରେ ବିଜେପି ସହିତ ମିଶ୍ରଣ କରିଥିଲେ। ନିକଟରେ ଅମରିନ୍ଦର ସିଂଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe