Advertisment

ଅସହାୟ ଶହୀଦ ଅଂଶୁମାନଙ୍କ ବାପା ମାଆ, ମେଡାଲ ଓ ଦଲିଲ ପତ୍ର ନେଇ ବାପଘର ପଳାଇଲେ ପତ୍ନୀ

ସିଆଚୀନରେ ଶହୀଦ ହୋଇଥିବା କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ନିକଟରେ କିର୍ତ୍ତୀ ଚକ୍ର(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର।

ଅଦ୍ୟତନ ହୋଇଛି
Captain Anshuman Singh(Middle), Father(Left), Wife(Right)

Captain Anshuman Singh(Middle), Father(Left), Wife(Right)

Advertisment

ସିଆଚୀନରେ ଶହୀଦ ହୋଇଥିବା କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ନିକଟରେ କିର୍ତ୍ତୀ ଚକ୍ର(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର। ତାଙ୍କ ପତ୍ନୀ ଓ ମାଆଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କିନ୍ତୁ ଅଂଶୁମାନଙ୍କ ପତ୍ନୀ ପୁଅର ସବୁ ସ୍ମୃତି ସହିତ କିର୍ତ୍ତୀ ସମ୍ମାନ ମଧ୍ୟ ବାପଘରକୁ ନେଇ ଯାଇଥିବା ତାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି। 

Advertisment

ଅଂଶୁମାନଙ୍କ ବାପା ମାଆ ଅଭିଯୋଗ କରିଛନ୍ତି ଯେ, ବହୂ ସ୍ମୃତି ଅଂଶୁମାନଙ୍କ ଫଟୋ ଆଲବମ୍, ପୋଷାକ ଏବଂ ଅନ୍ୟାନ୍ୟ ସ୍ମୃତି ସହିତ ସରକାର ଦେଇଥିବା କିର୍ତ୍ତୀ ଚକ୍ର ସମ୍ମାନକୁ ମଧ୍ୟ ଗୁରୁଦାସପୁରର ବାପଘରକୁ ନେଇ ଯାଇଛନ୍ତି। କେବଳ ଏତିକି ନୁହେଁ, ଶହୀଦ ପୁଅର ଦଲିଲରେ ମଧ୍ୟ ସ୍ଥାୟୀ ଠିକଣା ଲକ୍ଷ୍ନୌ ବଦଳରେ ଗୁରୁଦାସପୁରକୁ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି।

ଅଂଶୁମାନଙ୍କ ପିତା ରାମ ପ୍ରତାପ ସିଂ କହିଛନ୍ତି ଯେ, ପୁଅର ଇଚ୍ଛା ଅନୁସାରେ ଆମେ ଧୁମଧାମରେ ବିବାହ କରିଥିଲୁ। ବାହାଘରରେ କିଛି ବି କମ୍ ରଖିନଥିଲୁ। ଆମେ ବୋହୂକୁ ଝିଅ ଭଳି ସମ୍ମାନ ଦେଉଥିଲୁ। ଏପରିକି ପୁଅ ଚାଲିଯିବା ପରେ ତାର ବିବାହ ପାଇଁ ମଧ୍ୟ ଚିନ୍ତା କରୁଥିଲୁ। କିନ୍ତୁ ସେ ଆମ ପୁଅର ସ୍ମୃତିକୁ ବି ସାଙ୍ଗରେ ନେଇ ବାପାଘର ଚାଲିଯାଇଛି।

Advertisment

ତେବେ ଏନେଇ ଶହୀଦ ଅଂଶୁମାନଙ୍କ ପତ୍ନୀ ସ୍ମୃତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

ପ୍ରକାଶ ଥାଉକି, ଜୁଲାଇ ୧୯, ୨୦୨୩ରେ ଶିଆଚୀନ ଆର୍ମି ଶିବିରରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ସମୟରେ ସାଥୀ ଯବାନମାନଙ୍କୁ ରକ୍ଷା କରିବାକୁ ଯାଇ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ ଶହୀଦ ଅଂଶୁମାନ। ତାଙ୍କର ଏହି ଅଦମ୍ୟ ସାହସ ଏବଂ ବଳିଦାନ ପାଇଁ ଚଳିତ ବର୍ଷ ଜୁଲାଇ ୫ରେ କିର୍ତ୍ତୀ ସମ୍ମାନରେ ସମ୍ମାନିତ କରାଯାଇଛି।  

Captain Anshuman Singh Kirti Chakra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe