Devi
ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି ୮୧୪ କାନ୍ଦାହାର ଅପହରଣ ବେଳର ନାୟକ କ୍ୟାପ୍ଟେନ ଦେବୀ ଶାରନ ବିମାନ ସେବାରୁ ଅବସର ନେଇଛନ୍ତି। ଦୀର୍ଘ ୪୦ ବର୍ଷ ଧରି ସେ ବିମାନ ସେବା ଯୋଗାଇ ଆସୁଥିଲେ। ୬୫ ବର୍ଷୀୟ କ୍ୟାପ୍ଟେନ ଶାରନ ଏୟାର ଇଣ୍ଡିଆ ଡ୍ରିମଲାଇନରକୁ ମେଲବର୍ଣ୍ଣରୁ ଦିଲ୍ଲୀ ଆଣିବା ପରେ ପାଇଲଟ ସିଟ୍କୁ ଅଲବିଦା କହିଛନ୍ତି। ଡିସେମ୍ବର ୪ରେ ସେ ମେଲବର୍ଣ୍ଣରୁ ଦିଲ୍ଲୀ ଆସିଥିଲେ। ୧୯୯୯ ମସିହା ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ଆଇସି ୮୧୪ ଅପହରଣ ବେଳେ ଶାରନ ଉକ୍ତ ବିମାନରେ କମାଣ୍ଡର ଭାବେ କାମ କରୁଥିଲେ।
କ୍ୟାପ୍ଟେନ ଶାରନ କହିଛନ୍ତି, “ଏବେ ବି ଜଣେ ସାଧାରଣ ଯାତ୍ରୀ ଭାବେ ମୁଁ ସବୁବେଳେ ମୋ ଆଖପାଖରେ ଥିବା ଲୋକମାଦେ ଠିକ ଅଛନ୍ତି କି ନାହିଁ ଦେଖିବି। ଗୋଟିଏ ଭୟାବହ ସନ୍ଦେହ ସବୁବେଳେ ଜାରି ରହିବ।”
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ କ୍ୟାପ୍ଟେନ ଶାରନ ଶେଷ ଉଡ଼ାଣ ପରେ ନିଜର ବ୍ୟାଗ ଧରି କକପିଟରୁ ବାହାରୁଉଛନ୍ତି। ସେହିପରି ନିଜ ସହକର୍ମୀଙ୍କୁ ଇ-ମେଲ କରି କ୍ୟାପ୍ଟେନ ଶାରନ କହିଛନ୍ତି ଯେ “ଏବେ ତ ପାର୍ଟି ଆରମ୍ଭ ହେଲା।”
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ। ୧୯୯୯ ମସିହା ଡିସେମ୍ବର ୨୪ରେ ଆଇସି ୮୧୪ ଅପହରଣ ବେଳେ ସେ ଜାତୀୟ ହିରୋ ପାଲଟି ଯାଇଥିଲେ।
ଆଇସି ୮୧୪ କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିଲା। କିନ୍ତୁ ଏହା ଭାରତ ସୀମାରେ ପ୍ରବେଶ କରିବା କ୍ଷଣି ୫ ଜଣ ଆତଙ୍କବାଦୀ ଏହାକୁ ଅପହରଣ କରିନେଇଥିଲେ। ସେମାନଙ୍କ ନିର୍ଦ୍ଦେଶକ୍ରମେ ବିମାନଟିକୁ କ୍ୟାପ୍ଟେନ ଦେବୀ ଶାରନ ଅମୃତସର, ଲାହୋର, ଦୁବାଇ ଓ ଶେଷରେ ଆଫଗାନିସ୍ତାନର କାନ୍ଦାହାରରେ ଲ୍ୟାଣ୍ଡ କରାଇଥିଲେ।
ବିମାନରେ ୧୭୬ ଜଣ ଯାତ୍ରୀ ଓ କ୍ରୁ ରହିଥିବା ବେଳେ କ୍ୟାପ୍ଟେନ ଶାରନ ବେଶ ଚମତ୍କାର ଢଙ୍ଗରେ ସ୍ଥିତିର ମୁକାବିଲା କରିଥିଲେ। ସେ ଆତଙ୍କବାଦୀମାନଙ୍କ କଥା ମାନି ବିମାନକୁ ଉଡ଼ାଉଥିଲେ। କିନ୍ତୁ ଗୁପ୍ତ ଭାବେ ଭାରତୀୟ ଅଧିକାରୀମାନଙ୍କୁ ଅନେକ ତଥ୍ୟ ମଧ୍ୟ ଦେଉଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Devi_1736167678.jpg)