Advertisment

ବ୍ରିଟିଶ ଜାହାଜକୁ ମିସାଇଲ ମାଡ଼ ଘଟଣା; ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତୀୟ ନୌସେନା

ଆଡେନ ଗଫରେ ବ୍ରିଟିଶ ବାଣିଜ୍ୟିକ ଜାହାଜରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା।

ଅଦ୍ୟତନ ହୋଇଛି
Ship Cut Fire

Ship Cut Fire

Advertisment

ସାହସିକତା ଦେଖାଇଲା ଭାରତୀୟ ନୌସେନା। ଆଡେନ ଗଫରେ ବ୍ରିଟିଶ ବାଣିଜ୍ୟିକ ଜାହାଜରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଦୀର୍ଘ ଛଅ ଘଣ୍ଟାର ପ୍ରୟାସ ପରେ ଶେଷରେ ନିଆଁକୁ ଆୟତ୍ତ କରି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଭାରତୀୟ ନୌସୈନିକ।

Advertisment

ଜାହାଜର କ୍ୟାପ୍ଟେନ ଏନେଇ ଇଣ୍ଡିଆନ ନେଭିକୁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି, "ମୁଁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ବିଶାଖାପାଟନମକୁ ଧନ୍ୟବାଦ ଦେଉଛି। ନିଆଁ ଆୟତ୍ତ ହେବ ଏବଂ ଆମେ ଏଥିରୁ ଉଦ୍ଧାର ପାଇବୁ ବୋଲି ଆଶା ହରାଇ ଦେଇଥିଲୁ। ଶେଷରେ ଭାରତୀୟ ନୌସେନା ଆମକୁ ରକ୍ଷା କରିଛନ୍ତି। ଇଣ୍ଡିଆନ ନେଭିକୁ ସାଲ୍ୟୁଟ୍।" 

Advertisment

ପ୍ରକାଶ ଥାଉ କି, ଜାନୁଆରୀ ୨୬ରେ ଗଫ୍ ଅଫ୍ ଆଡେନରେ ବ୍ରିଟିଶ ଅଏଲ୍ ଟ୍ୟାଙ୍କର ଏମଭି ମାର୍ଲିନ ଲୋଉଣ୍ଡା ଉପରକୁ ମିସାଇଲ ମାଡ ହୋଇଥିଲା। ୟେମନର ଇରାନ ସମର୍ଥିତ ହାଉତିମାନେ ଏହି ମିଶାଇଲ ମାଡ଼ କରିଥିଲେ। ମିସାଇଲ ମାଡ ପରେ ଜାହାଜରେ ନିଆଁ ଲାଗି ଯାଇଥିଲା। ଏଥିରେ ୨୨ ଜଣ ଭାରତୀୟଙ୍କ ସମେତ ଜଣେ ବାଂଲାଦେଶ ନାଗରିକ ଥିଲେ।

ଏନେଇ ଖବର ପାଇବା ପରେ ତତ୍ପର ହୋଇପଡିଥିଲା ଇଣ୍ଡିଆନ ନେଭି। ମିଶାଇଲ ବିନାଶକାରୀ ଆଇଏନ୍ଏସ୍ ବିଶାଖାପାଟନମ ସହ ନିଆଁକୁ ଆୟତ୍ତ କରିବା ପାଇଁ ବ୍ୟାପକ ଅଗ୍ନି ନିର୍ବାପକ ଉପକରଣ ଓ ସୁରକ୍ଷାକର୍ମୀଙ୍କୁ ପଠାଯାଇଥିଲା। ଦୀର୍ଘ ଛଅ ଘଣ୍ଟା ଧରି ଅପରେସନ କରିବା ପରେ ଶେଷରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।  

MV Merlin Launda INS Visakhapatnam Gulf Of Aden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe