Advertisment

ବିଚ୍‌ ରାସ୍ତାରେ ଜଳିଗଲା କାର୍‌, ଚାଳକ ଜୀବନ୍ତ ଦଗ୍ଧ

ସେ ନିଆଁ ସମ୍ପର୍କରେ ଜାଣି ଗାଡ଼ି ରଖିବା ପୂର୍ବରୁ ଏହା ବ୍ୟାପି ସାରିଥିଲା। ଫଳରେ ସେ ବାହାରକୁ ବାହାରି ପାରି ନଥିଲେ।

Car

Car

Advertisment

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ। ବିଚ ରାସ୍ତାରେ ଜଳିଲା କାର। ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି କାର୍‌ ଚାଳକ। ଗୁଜରାଟର ସୁରଟରେ ଏପରି ଘଟଣା ଘଟିଛି। ଆଜି ଅପରାହ୍ନରେ ଦୀପକ ପଟେଲ ନାମକ ଜଣେ ବ୍ୟକ୍ତି କାରରେ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

Advertisment

ଦୀପକ ଜଣେ ସୂତା ବ୍ୟବସାୟୀ। ତାଙ୍କ ଘର ସୁଟରର ଅଭବା ଗାଁରେ। ଆଜି ଅପରାହ୍ନରେ ସେ ନିଜ ଗାଡ଼ି ନେଇ ଉଧାନା ମଗଡାଲ୍ଲା ରୋଡରେ ଯାଉଥିଲେ। ହେଲେ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ସେ ନିଆଁ ସମ୍ପର୍କରେ ଜାଣି ଗାଡ଼ି ରଖିବା ପୂର୍ବରୁ ଏହା ବ୍ୟାପି ସାରିଥିଲା। ଫଳରେ ସେ ବାହାରକୁ ବାହାରି ପାରି ନଥିଲେ।

ବିଚ୍‌ ରାସ୍ତାରେ କାରଟି ଜଳୁଥିବା ଦେଖି ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଚଳନ୍ତା ଗାଡ଼ିରୁ ଦୀପକଙ୍କୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ କାରର ଇଞ୍ଜିନ ବିସ୍ଫୋରଣ କରିଥିଲା।

Advertisment

ନିଆଁର ପ୍ରଖର ବଢ଼ି ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ଦୀପକଙ୍କୁ ଉଦ୍ଧାର କରିବା ପୂର୍ବରୁ ସେ ଜୀବନ୍ତ ପୋଡ଼ି ଯାଇ ପ୍ରାଣ ହରାଇ ସାରିଥିଲେ। କାର୍‌ଟି ନିଆଁରେ ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି। ସେହିପରି ଦୀପକ କେଉଁ କାର ଚଳାଉଥିଲେ, ତାହା ମଧ୍ୟ ସ୍ପଷ୍ଟ ହୋଇନି।

Gujarat Car Caught Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe