Advertisment

ସ୍କୁଟିକୁ ଧକ୍କା ଦେଇ ୩୫୦ ମିଟର ଯାଏ ଘୋଷାଡ଼ି ନେଲା କାର୍‌, ୨ମୃତ

କାର୍‌ର ଧକ୍କା ଏତେ ଭୟଙ୍କର ଥିଲା ଯେ ସ୍କୁଟିରେ ବସିଥିବା ଦୁଇ ଜଣ ତଳେ ପଡି ଯାଇଥିଲେ। ଏହାପରେ ସେଥିରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାର୍‌ର ଓ୍ୱିଣ୍ଡସିଲ୍ଡ ଓ ବୋନେଟ୍‌ରେ ଫସି ଯାଇଥିଲା। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ କାର୍‌ ୩୫୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା।

author-image
Madhupriya Mistry
Car driver rams scooter

Car driver rams scooter

ରାଜଧାନୀରେ ଥମୁନି ହିଟ୍‌ ଆଣ୍ଡ ରନ୍‌ ମାମଲା। କଞ୍ଝାଓ୍ୱାଲ ଘଟଣାର ଘଟିଛି ପୁନରାବୃତ୍ତି। ରାଜଧାନୀ ଦିଲ୍ଲୀର କେଶବ ପୁରମ ଅଞ୍ଚଳରେ ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଛି। ଏହାପରେ ସ୍କୁଟିରେ ବସିଥିବା ଦୁଇ ଜଣଙ୍କୁ ପ୍ରାୟ ୩୫୦ ମିଟ୍‌ ଯାଏଁ କାର୍‌ ଘୋଷାଡ଼ି ନେଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ପୁଲିସ ସୂଚନା ମୁତାବକ, କାର୍‌ର ଧକ୍କା ଏତେ ଭୟଙ୍କର ଥିଲା ଯେ ସ୍କୁଟିରେ ବସିଥିବା ଦୁଇ ଜଣ ତଳେ ପଡି ଯାଇଥିଲେ। ଏହାପରେ ସେଥିରୁ ଜଣେ କାର୍‌ ଓ୍ୱିଣ୍ଡସିଲ୍ଡ ଓ ବୋନେଟ୍‌ରେ ଫସି ଯାଇଥିଲେ। ଏହାପରେ ଉକ୍ତ ବ୍ୟକ୍ତିଙ୍କୁ କାର୍‌ ୩୫୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ପରେ ପିସିଆର୍‌ ଭ୍ୟାନ୍‌ ଉକ୍ତ କାର୍‌କୁ ଓଭରଟେକ୍‌ କରି ଅଟକାଇଥିଲା। ସେତେବେଳକୁ କାର୍‌ରେ ଫସି ଥିବା ବ୍ୟକ୍ତି ମୃତ୍ୟୁ ହୋଇସାରିଥିଲା।

ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ କୈଲାଶ ଭଟନାଗର ବୋଲି ଜଣାପଡିଛି। ଅନ୍ୟ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

Advertisment

ଉଲ୍ଲେଖେଯୋଗ୍ୟ, ନୂଆବର୍ଷ ରାତିରେ ଦିଲ୍ଲୀର କଞ୍ଝାଓ୍ୱାଲରେ ମଧ୍ୟ ସମାନ ଘଟଣା ଘଟିଥିଲା। ସ୍କୁଟିରେ ବସିଥିବା ୨୦ ବର୍ଷୀୟ ଯୁବତୀ ଅଞ୍ଜଳି ସିଂହଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ତାଙ୍କୁ ପ୍ରାୟ ୧୨ କିଲୋମିଟର ଯାଏଁ କାର୍‌ଟି ଘୋଷାଡ଼ି ନେଇଥିଲା। ଏଥିରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା।

Accident