/odisha-reporter/media/media_files/2025/11/10/blast123-2025-11-10-20-51-11.jpg)
ବିସ୍ଫୋରଣ
ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ(Delhi Blast)ରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଏସବୁ ଭିତରେ ବିସ୍ଫୋରଣକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି ଦିଲ୍ଲୀ ପୁଲିସ୍ କମିଶନର ସତୀଶ ଗୋଲଚା। ତାଙ୍କ କହିବା କଥା ଯେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ହୋଇଥିଲା। ଏଠାରେ ଥିବା ଟ୍ରାଫିକ ପାଖରେ ହିଁ ବିସ୍ଫୋରଣ ହୋଇଛି।
ଟ୍ରାଫିକର ରେଡ ଲାଇଟ(Delhi)ରେ ଗୋଟିଏ କାର(ଆଇ୨୦) ଧୀରେଧୀରେ ଆସି ଅଟକିବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଇଭୋ ଭ୍ୟାନରେ କିଛି ଯାତ୍ରୀ ମଧ୍ୟ ରହିଥିଲେ। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଷ୍ଟ୍ରିଟ ଲାଇଟ ମଧ୍ୟ ଦୋହଲି ଯାଇଥିଲା। ତେଣୁ ବିସ୍ଫୋରଣ ପାଇଁ ବିପୁଳ ପରିମାଣର ଅତ୍ୟାଧୁନିକ ବିସ୍ଫୋରକ ବ୍ୟବହାର କରାଯାଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଏହା କୌଣସି ସାଧାରଣ ବିସ୍ଫୋରଣ ନଥିଲା ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି।
ସେ କହିଛନ୍ତି, “ଆଜି ପ୍ରାୟ ସନ୍ଧ୍ୟା ୬.୫୨ରେ ଗୋଟିଏ ଗାଡ଼ି ଧିମା ଗତିରେ ଆସି ରେଡ ଲାଇଟ୍ ଯୋଗୁ ଟ୍ରାଫିକରେ ଅଟକିଥିଲା। ଗାଡ଼ିଟି ଅଟକିବା କ୍ଷଣି ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ହୋଇଥିବା ଗାଡ଼ି ସମେତ ଆଖପାଖରେ ଥିବା କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକାଧିକ ଗାଡ଼ି ମଧ୍ୟ ଜଳି ଯାଇଛି।
Blast Fire at near #LalQuila Metro Station area is now under control.Cause of the blast still unknown -forensic and post-#blast analysis teams are on site.
— Manish Prasad (@manishindiatv) November 10, 2025
Initial reports suggest 5–6 casualties likely.Official statement awaited.
Public urged to stay calm -emergency teams are… pic.twitter.com/7abcdpNmtG
ଏଫଏସଲ, ଏନଆଇଏ ଠାରୁ ଆରମ୍ଭ କରି ସବୁ ଏଜେନ୍ସି ଘଟଣା ସ୍ଥଳରେ ଯାଞ୍ଚ କରୁଛନ୍ତି। କିଛି ଲୋକ ପ୍ରାଣ ହରାଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି। ସ୍ଥିତି ଉପରେ ନଜର ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଆମ ସହ କଥା ହୋଇଛନ୍ତି। ତାଙ୍କ ସହ ସବୁ କଥା ଶେୟାର କରାଯାଇଛି।”
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ ଯୋଗେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି। ଶ୍ରୀ ଶାହ ସ୍ଥିତି(Blast) ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି। ଘଟଣା ପରେ ଦିଲ୍ଲୀ, ମୁମ୍ବାଇ, ଉତ୍ତର ପ୍ରଦେଶ ସମେତ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
