Advertisment

ଷ୍ଟଣ୍ଟ ସିନ୍‌ ଦେଖାଉ ଦେଖାଉ କେନାଲକୁ ଖସି ପଡ଼ିଲା କାର୍‌, ବନ୍ଧା ହେଲେ ୫ ଯୁବକ

ଆଖି ପିଛୁଳାକେ ଗତି କରୁଥିଲା କାର୍‌। ଆଉ ସେହି ଚଳନ୍ତା କାର୍‌ରେ ଷ୍ଟଣ୍ଟ ସିନ୍‌ ଦେଖାଉଥିଲେ ୫ ଯୁବକ। ଦେଖୁଦେଖୁ ଏହାର ପରିଣାମ ହେଲା ଭୟଙ୍କର। ଏକ ଉଛୁଳା କେନାଲରେ ପଶିଗଲା କାର୍‌ ।

author-image
Niharika Rout
ଅଦ୍ୟତନ ହୋଇଛି
Car

Car

ଆଖି ପିଛୁଳାକେ ଗତି କରୁଥିଲା କାର୍‌। ଆଉ ସେହି ଚଳନ୍ତା କାର୍‌ରେ ଷ୍ଟଣ୍ଟ ସିନ୍‌ ଦେଖାଉଥିଲେ ୫ ଯୁବକ। ଦେଖୁଦେଖୁ ଏହାର ପରିଣାମ ହେଲା ଭୟଙ୍କର। ଏକ ଉଛୁଳା କେନାଲରେ ପଶିଗଲା କାର୍‌ ।

Advertisment

ଅଗ୍ନିଶମ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ବହୁ କଷ୍ଟରେ ଉଛୁଳା କେନାଲରୁ ୫ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ ଘଟଣାର ତଦନ୍ତ କରି ପୁଲିସ୍‌ କାର୍‌କୁ ଜବତ କରିବା ସହ ସମସ୍ତ ଯୁବକଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ଚନ୍ଦୋଲି ଅଞ୍ଚଳରେ ଘଟିଛି।

ଯାଞ୍ଚ ସମୟରେ ଜଣାପଡ଼ିଲା ଯେ, ସମ୍ପୃକ୍ତ ୫ ଯୁବକ ଏକ ପାର୍ଟିରୁ ଫେରୁଥିଲେ। ଉକ୍ତ ସମୟରେ ସେମାନେ ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଷ୍ଟଣ୍ଟ ସିନ୍‌ ଦେଖାଉଥିଲେ। ଫଳରେ ଅସାବଧାନତାବଶଃତ ଗାଡ଼ିଟି ଏକ କେନାଲକୁ ଖସି ପଡ଼ିଥିଲା। ।

Advertisment

ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ବହୁ କଷ୍ଟରେ ସମସ୍ତ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଏହାର ସତ୍ୟାସତ୍ୟ ଖୋଲିଥିଲା। ସତ ପଦାକୁ ଆସିବା ପରେ ପୁଲିସ୍‌ ତୁରନ୍ତ କାର୍‌କୁ ଜବତ କରି ସମସ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Uttar Pradesh