/odisha-reporter/media/post_attachments/uploadimage/library/16_9/16_9_0/Car_Hits__1675403398.jpg)
Car Hits
ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଭିଡିଓ। ଜଣେ କାର୍ ଚାଳକ ବାଇକ୍କୁ ଧକ୍କା ଦେବା ପରେ ଏହାକୁ ଦୀର୍ଘ ୪ କିମି ବାଟ ଘୋଷାଡ଼ି ନେଇଛନ୍ତି। ରାସ୍ତାରେ ବାଇକ୍ ଘୋଷାଡ଼ି ହୋଇ ଯିବା ବେଳେ ନିଆଁ ଝୁଲ ମଧ୍ୟ ଝିରିବାରେ ଲାଗିଥିଲା। ଲୋକମାନେ ଏହା ଦେଖି କାରକୁ ଅଟକିବା ପାଇଁ କହିଥିଲେ ମଧ୍ୟ ଚାଳକ କିଛି ନ ଶୁଣି ଦୀର୍ଘ କିମି ବାଟ ଚାଲି ଯାଇଥିଲେ। ଗୁରୁଗ୍ରାମର ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ପୁଲିସ୍ କହିଛି ଯେ ବୁଧବାର ରାତି ପ୍ରାୟ ୧୧.୩୦ରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ବାଇକଟି ପାର୍କ ହୋଇଥିବା ବେଳେ କାର୍ଟି ଏହାକୁ ଧକ୍କା ଦେଇଥିଲା। ଧକ୍କା ହେବା ପରେ କାର ତଳେ ଏହା ଲାଖି ଯାଇଥିଲା। ସେହିଭଳି ଅବସ୍ଥାରେ କାର୍ ଚାଳକ ଜଣଙ୍କ ବାଇକଟିକୁ ଘୋଷାଡ଼ି ନେଇ ଯାଇଥିଲେ। ରାସ୍ତାରେ ଘୋଷାଡ଼ି ହୋଇଯିବାରୁ ବାଇକ୍ର ସାଇଲେନ୍ସର ପାଇପ୍ ସମେତ ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।
ବାଇକ ମାଲିକ ହେଉଛନ୍ତି ଜଣେ ବାଉନ୍ସର। ତାଙ୍କ ନାଁ ମୋନୁ। ସେ ବୁଧବାର ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଗାଡ଼ି ରଖି ଫୋନରେ କଥା ହେଉଥିଲେ। ଏହି ସମୟରେ କାର୍ଟି ବାଇକ୍କୁ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ମୋନୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ସେକ୍ଟର ୬୫ ରାସ୍ତାରେ ଗୋଟିଏ ହୁଣ୍ଡା ସିଟି ବାଇକ୍କୁ ଘୋଷାଡ଼ି ନେଉଛି। ଏହି ସମୟରେ ବାଇକ୍ରୁ ନିଆଁ ମଧ୍ୟ ଝରୁଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ବାଇକ ମାଲିକଙ୍କୁ ଯୋଗାଯୋଗ କରିଥିଲା। ସେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିଥିଲା।
ଦୀର୍ଘ ୪ କିମି ବାଟ ଯିବା ପରେ କାର୍ ଚାଳକ ବ୍ରେକ ଲାଗିଥିଲେ। ଏହି ସମୟରେ ବାଇକ୍ଟି କାର୍ର ଲାଖିଥିବା ସ୍ଥାନରୁ ଖସି ପଡ଼ିଥିଲା। ଏହା ଦେଖି କାର ଛାଡ଼ି ଚାଳକ ଜଣଙ୍କ ଫେରାର ହୋଇ ଯାଇଥିଲେ।
ତେବେ ପୁଲିସ୍ ପରବର୍ତ୍ତୀ ଅବସ୍ଥାରେ ଗାଡ଼ି ଚାଳକଙ୍କୁ ଚିହ୍ନଟ କରିଥିଲା। ତାଙ୍କ ନାଁ ସୁଶାନ୍ତ ମେହେଟା ଓ ତାଙ୍କ ଘର ଫରିଦାବାଦରେ। ପୁଲିସ୍ ତାଙ୍କୁ ଗିରଫ କରିବା ସହ କାର୍କୁ ଜବତ କରିଛି। ସୁଶାନ୍ତ ସେକ୍ଟର ୬୩ରେ ଥିବା ଗୋଟିଏ ଘରୋଇ ଫାର୍ମରେ କାମ କରନ୍ତି।
Gurugram - Car dragged bike for 4 kms.
Bike rider collided with two youths in sector 62 #Gurugram#Accidentpic.twitter.com/NPzK7jvdyt— Dal Baati Churma Rajasthani Surma (@Dal_Bati_Curma) February 3, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
