ସାଇଡ ମାରିଲେ କାର୍‌ ଚାଳକ; ବିରୋଧ କରିବାରୁ ବାଇକ୍‌ ଉପରେ ଚଢ଼ାଇ ଦେଲେ

ସାଇଡ ମରାରୁ ଆରମ୍ଭ ହେଲା ଉତ୍ତେଜନା। କ୍ରମଶଃ ଏହା ନେଲା ଉଗ୍ର ରୂପ ଓ ଅକାଳରେ ଚାଲିଗଲା ମା’ ଝିଅଙ୍କ ଜୀବନ ।

ଦୁର୍ଘଟଣାର ଶିକାର ହୋଇଥିବା ପରିବାର ।

  • Published: Saturday, 05 October 2024
  • , Updated: 05 October 2024, 10:34 AM IST

ସାଇଡ ମରାରୁ ଆରମ୍ଭ ହେଲା ଉତ୍ତେଜନା। କ୍ରମଶଃ ଏହା ନେଲା ଉଗ୍ର ରୂପ ନେଲା ଓ ଅକାଳରେ ଚାଲିଗଲା ମା’ ଝିଅଙ୍କ ଜୀବନ । ଏପରି ଏକ ଭୟଙ୍କର ଘଟଣା ମହାରାଷ୍ଟ୍ରର ଲାତୁରରେ ଘଟିଛି।

ଲାତୁର ଜାତୀୟ ରାଜପଥ ଉପରେ ସାଦିକ ଶେଖ ନାମକ ଜଣେ ବ୍ୟକ୍ତି ବାଇକ୍‌ରେ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ଧରି ଯାଉଥିଲେ। ହଠାତ୍‌ ନିଶାଗ୍ରସ୍ତ ଅବସ୍ଥାରେ ଜଣେ କାର୍‌ ଚାଳକ ତାଙ୍କୁ ସାଇଡ ମାରି ଓଭରଟେକ୍‌ କରିଥିଲା।  ସାଦିକ କାର୍‌ ନିକଟକୁ ଯାଇ ଧୀରେ ଚଳାଇବାକୁ ପରାମର୍ଶ ଦେଇଥିଲେ। ଏଥିରେ କାର୍‌ ଚାଳକ ଜଣକ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ।

ସାଦିକ ନିଜ ପରିବାର ସହ ବାଇକ୍‌ରେ ଯାଉଥିବା ବେଳେ କାର୍‌ ଚାଳକ କିଛି ସମୟ ସେଠାରେ ଛିଡ଼ା ହୋଇଯାଇଥିଲେ। ଏହାପରେ ସେ ଦ୍ରୁତ ଗତିରେ କାର୍‌ ଚଳାଇ ବାଇକ୍‌କୁ ଧକ୍କା ଦେଇଥିଲେ।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସାଦିକଙ୍କ ପତ୍ନୀ ଓ ୬ ବର୍ଷୀୟା ଝିଅର ମୃତ୍ୟୁ ହୋଇଛି। ଏଥିସହ ସାଦିକ ଓ ତାଙ୍କ ପୁଅ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ବାପପୁଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ୍‌ ୫ ଜଣଙ୍କୁ ବାନ୍ଧି ପଚରାଉଚରା କରୁଛି।

Related story