Advertisment

ଟୋଲ ଫି’ ମାଗିଲେ ମହିଳା କର୍ମଚାରୀ, କାର୍‌ ଚଢ଼ାଇ ଚାଳକ ଫେରାର

ଟୋଲ ଫି’ ମାଗିବାରୁ ଘଟିଲା ଅଭାବନୀୟ କାଣ୍ଡ । କାର୍‌ ଚାଳକଜଣକ ଟୋଲ ଗେଟ୍‌ରେ ଥିବା ମହିଳା କର୍ମଚାରୀଙ୍କ ଉପରେ ମଡ଼ାଇ ଦେଲେ କାର୍‌ । ଏପରି ଏକ ସାଂଘାତିକ ଘଟଣା ଦିଲ୍ଲୀ- ମେରଠ ଏକ୍ସପ୍ରେସ ୱେର କାଶୀ ଟୋଲ ପ୍ଲାଜାରେ ଘଟିଛି।

author-image
Niharika Rout
Toll Gate Tension

Toll Gate Tension

ଟୋଲ ଫି’ ମାଗିବାରୁ ଘଟିଲା ଅଭାବନୀୟ କାଣ୍ଡ । କାର୍‌ ଚାଳକଜଣକ ଟୋଲ ଗେଟ୍‌ରେ ଥିବା ମହିଳା କର୍ମଚାରୀଙ୍କ ଉପରେ ମଡ଼ାଇ ଦେଲେ କାର୍‌ । ଏପରି ଏକ ସାଂଘାତିକ ଘଟଣା ଦିଲ୍ଲୀ- ମେରଠ ଏକ୍ସପ୍ରେସ ୱେର କାଶୀ ଟୋଲ ପ୍ଲାଜାରେ ଘଟିଛି। ଏହି ଦୁର୍ଘଟଣାରେ ମହିଳା କର୍ମଚାରୀଜଣକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

କାଶୀ ଟୋଲ ପ୍ଲାଜାର ଇନଜାର୍ଚ ଅନୀଲ ଶର୍ମା କହିଛନ୍ତି, ଦିଲ୍ଲୀରୁ ଆସୁଥିବା ଏକ କାର୍‌ ଟୋଲ ଗେଟ୍‌ ନିକଟରେ ଅଟକିଥିଲା। ଏହାପରେ ଟୋଲ ଫି’ ଦେବାକୁ ନେଇ ତାଙ୍କର କର୍ମଚାରୀଙ୍କ ସହ ଉଚ୍ଚବାଚ ହୋଇଥିଲା। ଏପରିକି କାର୍‌ ଚାଳକଜଣକ ମହିଳା କର୍ମଚାରୀଙ୍କ ଉପରେ କାର୍‌ ଚଢ଼ାଇ ଦେଇଥିଲେ।

ସିସିଟିଭିରେ ଦେଖିବାକୁ ମିଳୁଛି, ମହିଳା କର୍ମଚାରୀଜଣକ ପ୍ରଥମେ କାର୍‌ର ବନେଟ ଉପରେ ପଡ଼ି ଯାଇଥିଲେ। ଏହାପରେ କାର୍‌ଟି ଦ୍ରୁତ ଗତିରେ ଯିବାରୁ କର୍ମଚାରୀଜଣକ ଗାଡ଼ିରୁ ଖସି ପଡ଼ିଥିଲେ। ଫଳରେ ଚାଳକଜଣକ ତାଙ୍କ ଉପରେ କାର୍‌ ମଡ଼ାଇ ଦେଇଥିଲେ।

Advertisment

ଏହି ଦୁର୍ଘଟଣାରେ ୩୨ ବର୍ଷୀୟ ମହିଳା କର୍ମଚାରୀଜଣକ ଗୁରୁତର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି।

ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଅଭିଯୁକ୍ତ କାର୍‌ ଚାଳକଙ୍କୁ ଖୋଜୁଛି। ଏହି ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଟୋଲ ଗେଟ୍‌ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଭବିଷ୍ୟତରେ ଆଉ କେହି ଏପରି କାଣ୍ଡ ଘଟାଇବାକୁ ସାହସ କରି ପାରିବେନି ବୋଲି କହିଛନ୍ତି।

Accident Delhi Attempt To Murder Toll Plaza