Advertisment

ରାସ୍ତା ମଝିରେ କାର୍‌ର ଚକା ଫାଟିବାରୁ ପିଟିଦେଲା SUV, ୬ ମୃତ, ୬ ଗୁରୁତର

ଏକ କାର୍‌ରେ କିଛି ଶ୍ରଦ୍ଧାଳୁ ରାଜସ୍ଥାନର ଖାଟୁ ଶ୍ୟାମ ମନ୍ଦିର ଦର୍ଶନ କରି ସାରି ଫେରୁଥିଲେ। ମାତ୍ର ଗାଡ଼ିଟି ହରିୟାଣାର ମସାନୀ ଗାଁ ନିକଟରେ ହୋଇଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ଚକା ଫାଟି ଯାଇଥିଲା।

Accident

Accident

Advertisment

ହରିୟାଣାର ରେବାଡି ଜିଲ୍ଲାରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପଙ୍କଚର ହେବା ହେତୁ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ କାର୍‌କୁ ଏକ SUV ପିଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଏକ କାର୍‌ରେ କିଛି ଶ୍ରଦ୍ଧାଳୁ ରାଜସ୍ଥାନର ଖାଟୁ ଶ୍ୟାମ ମନ୍ଦିର ଦର୍ଶନ କରି ସାରି ଫେରୁଥିଲେ। ମାତ୍ର ଗାଡ଼ିଟି ହରିୟାଣାର ମସାନୀ ଗାଁ ନିକଟରେ ହୋଇଥିବା ବେଳେ ରାତି ପ୍ରାୟ ୧୦ଟା ବେଳେ ଚକା ଫାଟି ଯାଇଥିଲା। ସେଥିରେ ଡ୍ରାଇଭରଙ୍କୁ ବାଦ ଦେଲେ ୬ ଜଣ ମହିଳା ଥିଲେ। ଗାଡ଼ିଟି ରାସ୍ତା ଉପରେ ଅଟକି ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା SUVଟି କାର୍‌କୁ ଜୋରରେ ପିଟିଥିଲା।

ପୁଲିସ୍‌ ଅଧିକାରୀ କହିଛନ୍ତି, ଟାୟାର ଫାଟିଯିବାରୁ କାର୍‌ଟି ମଝି ରାସ୍ତାରେ ଅଟକି ଯାଇଥିଲା। ସେଥିରେ ଡ୍ରାଇଭରଙ୍କୁ ବାଦ ଦେଲେ ୬ ଜଣ ମହିଳା ଥିଲେ। ସେଥିମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆ ଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଧକ୍କା ମାରିଥିବା SUVରେ ୫ ଜଣ ପୁରୁଷ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

Advertisment

ମୃତକ ମହିଳାମାନେ ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳର ଓ ଡ୍ରାଇଭର ହିମାଚଳ ପ୍ରଦେଶର ବୋଲି ଜଣାଯାଇଛି। ଏଥିସହ SUVରେ ଥିବା ଯୁବକଜଣକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Haryana News Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe