Advertisment

ୱାର୍ଡ ବୁଲୁ ଥିବା ବେଳେ ହାର୍ଟ ଆଟାକରେ ଚାଲିଗଲା ହୃଦରୋଗ ସର୍ଜନଙ୍କ ଜୀବନ

ହୃହରୋଗ ସର୍ଜନ ଡାକ୍ତର ଗାର୍ଡଲିନ ରୟ ନିୟମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିବା ବେଳେ ଆର୍ଟ ଆଟାକ ଯୋଗୁ ଆଖି ବୁଜିଛନ୍ତି।

Doctor

Doctor

Advertisment

ମୃତ୍ୟୁ କେତେବେଳେ ଆସେ ଓ କାହାକୁ ନେଇ ଯାଏ, ସେକଥା କେହି ବି ଜାଣି ନାହାନ୍ତି। ଏବେ ଡାକ୍ତରମାନେ ମଧ୍ୟ ହଠାତ୍‌ ମୃତ୍ୟୁର ଶିକାର ହେବାରେ ଲାଗିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଚେନ୍ନାଇରୁ ସାମ୍ନାକୁ ଆସିଛି।

Advertisment

ହାର୍ଟ ଆଟାକରେ ଚାଲି ଯାଇଛି ଲୋକଙ୍କ ହୃଦୟର ଚିକିତ୍ସା କରୁଥିବା ଜଣେ ୩୯ ବର୍ଷୀୟ ଡାକ୍ତରଙ୍କ ଜୀବନ। ହସ୍ପିଟାଲର ୱାର୍ଡରେ ହୃହରୋଗ ସର୍ଜନ ଡାକ୍ତର ଗାର୍ଡଲିନ ରୟ ନିୟମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିବା ବେଳେ ଆର୍ଟ ଆଟାକ ଯୋଗୁ ଆଖି ବୁଜିଛନ୍ତି। ଚେନ୍ନାଇର ସବୀତା ମେଡିକାଲ ହସ୍ପିଟାଲର ୱାର୍ଡରେ ଏପରି ଘଟଣା ଘଟିଥିବା ବେଳେ ଡାକ୍ତର ରୟଙ୍କ ସହଯୋଗୀମାନେ ତାଙ୍କ ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେ ରୟଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ।

ଡାକ୍ତର ସୁଧୀର କୁମାରଙ୍କ କହିବା କଥା ଯେ ୱାର୍ଡ ବୁଲିବା ପରେ ଡାକ୍ତର ରୟ ଟଳି ପଡ଼ିବାରୁ ସହକର୍ମୀମାନେ ତାଙ୍କୁ ସବୁ ପ୍ରକାରର ଡାକ୍ତରୀ ବିଦ୍ୟା ପ୍ରୟୋଗ କରି ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସିପିଆର ଠାରୁ ଆରମ୍ଭ କରି ତତ୍କାଳ ଆଞ୍ଜିଓପ୍ଲାଷ୍ଟି, ଷ୍ଟେନ, ଇଣ୍ଟ୍ରା ଏଓରଟି ବେଲୁନ ପମ୍ପ ଓ ଇକମୋର ବ୍ୟବସ୍ଥା କରିଥିଲେ। କିନ୍ତୁ ସାଂଘାତିକ ହୃଦଘାତର ଭୟାବହତାରୁ ତାଙ୍କ ଜୀବନକୁ ରକ୍ଷା କରାଯାଇ ପାରି ନାହିଁ। ସେ ୧୦୦% ବ୍ଲକେଜର ସମ୍ମୁଖୀନ ହୋଇଥିବାରୁ ହୃଦଘାତୀ ପ୍ରାଣ ହରାଇଛନ୍ତି।

Advertisment

ଡାକ୍ତର କୁମାର ଗୁରୁତ୍ୱ ଦେଇ କହିଛନ୍ତି ଯେ ଏପରି ଘଟଣା କାଁଭାଁ ଘଟୁନାହିଁ। ଯୁବ ଡାକ୍ତରମାନେ ହଠାତ୍‌ ହୃଦଘାତର ଶିକାର ହେବା ଚିନ୍ତା ବିଷୟ ବୋଲି ସେ ମତ ରଖିଛନ୍ତି। ହାର୍ଟ ଆଟାକରେ ଡାକ୍ତର ରୟ ପ୍ରାଣ ହରାଇବାରୁ ତାଙ୍କ ପତ୍ନୀ ଓ ଛୋଟ ପୁଅ ପୂରା ଏକା ହୋଇ ଯାଇଛନ୍ତି। ସେହିପରି ୱାର୍ଡ ବୁଲିବା ବେଳେ ଏପରି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

Chennai Heart Attack On Stage Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe