Advertisment

୧୬ ହଜାର ସର୍ଜରୀ କରିଥିବା ହୃଦରୋଗ ବିଶେଷଜ୍ଞଙ୍କର ହୃଦ୍‌ଘାତରେ ମୃତ୍ୟୁ

ଡାକ୍ତର ଗୌରବ ଗାନ୍ଧିଙ୍କୁ ମୃତ୍ୟୁ ବେଳକୁ ମାତ୍ର ୪୧ ବର୍ଷ ହୋଇଥିଲା।

author-image
Jitendra Garnayak
Late Dr Gaurav Gandhi

Late Dr Gaurav Gandhi

ଗୁଜରାଟର ଜାମନଗରର ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ଗୌରବ ଗାନ୍ଧିଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ହୋଇଥିଲା।

Advertisment

ସୋମବାର (ଜୁନ୍ ୫ ତାରିଖ) ରାତିରେ ଡାକ୍ତର ଗୌରବ ଗାନ୍ଧି ଡାକ୍ତରଖାନାରୁ ଘରକୁ ଫେରିଥିଲେ। ଖାଇପିଇ ସେ ଶୋଇବାକୁ ଯାଇଥିଲେ। କିନ୍ତୁ ସକାଳେ ସେ ଉଠି ନଥିଲେ। ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ଜିଜି ସରକାରୀ ହସ୍‌ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ଭଲ କରିବାକୁ ସବୁ ପ୍ରକାର ପ୍ରୟାସ କରି ବିଫଳ ହୋଇଥିଲେ। ଶେଷରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃଦଘାତ ଯୋଗୁ ତାଙ୍କର ପରଲୋକ ଘଟିଛି ବୋଲି ଡାକ୍ତରମାନେ କହିଥିଲେ।

ଡାକ୍ତର ଗୌରବ ଗାନ୍ଧି ଜଣେ ଭଲ ଡାକ୍ତର ଥିଲେ। ସେ ଏକ ଘରୋଇ ହସ୍‌ପିଟାଲରେ କାମ କରୁଥିଲେ। ତାଙ୍କ କ୍ୟାରିୟରରେ ସେ ପ୍ରାୟ ୧୬ ହଜାର ଏଞ୍ଜିୟୋଗ୍ରାଫି ଓ ହାର୍ଟ ସର୍ଜରୀ କରିଥିବା କୁହାଯାଉଛି।

Advertisment

ମଙ୍ଗଳବାର ସକାଳେ ଡାକ୍ତର ଗୌରବ ଗାନ୍ଧିଙ୍କ ମୃତ୍ୟୁ ଖବର ଶୁଣି ଜାମନଗରବାସୀ ସ୍ତବ୍ଧ ହୋଇଯାଇଥିଲେ। ସନ୍ଧ୍ୟାରେ ତାଙ୍କ ଶେଷକୃତ୍ୟ ସମୟରେ ସହରର ଶହ ଶହ ଲୋକ ସାମିଲ ହୋଇଥିଲେ।

ଯେଉଁମାନେ ଡାକ୍ତର ଗୌରବ ଗାନ୍ଧିଙ୍କର ଅତି ନିକଟତର ଥିଲେ, ସେମାନଙ୍କ କହିବା ଅନୁଯାୟୀ ଦୈନନ୍ଦିନ ଜୀବନରେ ସେ ବହୁତ ସକ୍ରିୟ ରହୁଥିଲେ। କ୍ରିକେଟ ଖେଳୁଥିଲେ ଓ ଜିମ୍‌ ଯାଉଥିଲେ। ତେଣୁ ତାଙ୍କୁ ହୃଦଘାତ ହେବା କଥାକୁ ସେମାନେ ବିଶ୍ୱାସ କରିପାରୁ ନାହାନ୍ତି।

ଡାକ୍ତର ଗୌରବ ଗାନ୍ଧିଙ୍କୁ କାହିଁକି ହୃଦଘାତ ହେଲା, ତାହା ଜାଣିବା ପାଇଁ ତାଙ୍କର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, କାହିଁକି ତାଙ୍କୁ ହୃଦଘାତ ହେଲା, ତାହା ଜଣାପଡ଼ିବ ବୋଲି ଜିଜି ସରକାରୀ ହସ୍‌ପିଟାଲର ଜଣେ ଡାକ୍ତର କହିଛନ୍ତି।

Doctor Sudden Heart Attack