Advertisment

ଟ୍ରେନରେ ଅଧିକ ଲଗେଜ୍‌ ନେଇ ଯାତ୍ରା କରୁଛନ୍ତି କି? ଭୋଗି ପାରନ୍ତି ଏମିତି ସମସ୍ୟା

ଅନେକ ଯାତ୍ରୀ ଟ୍ରେନ ଯାତ୍ରାର ଓଜନ ସୀମା ସମ୍ପର୍କରେ ଜାଣି ନଥିବେ। ବିମାନ ଭଳି ଟ୍ରେନ ଯାତ୍ରାରେ ମଧ୍ୟ ଓଜନ ସୀମା ରହିଛି।

Train

Train

Advertisment

ପ୍ରତିଦିନ କୋଟି କୋଟି ଲୋକ ଭାରତର ବିଭିନ୍ନ ସ୍ଥାନରେ ଟ୍ରେନ ଯାତ୍ରା କରୁଛନ୍ତି। ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇ ହଜାର ହଜାର ଟ୍ରେନ ଚଳାଚଳ କରୁଛି। ସୁରକ୍ଷିତ ଯାତ୍ରା ପାଇଁ ଯାତ୍ରୀଙ୍କ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦିଷ୍ଟ ନିୟମ ବି ପ୍ରଣୟନ କରାଯାଇଛି। ଏହା ମଧ୍ୟରେ ଜଣେ ବ୍ୟକ୍ତି କେତେ ଓଜନର ଜିନିଷପତ୍ର ଧରି ଟ୍ରେନରେ ଯାତ୍ରା କରିବେ, ତା’ର ସୀମା ମଧ୍ୟ ଧାର୍ଯ୍ୟ ହୋଇଛି।

Advertisment

କିନ୍ତୁ ଅନେକ ଯାତ୍ରୀ ଟ୍ରେନ ଯାତ୍ରାର ଓଜନ ସୀମା ସମ୍ପର୍କରେ ଜାଣି ନଥିବେ। ବିମାନ ଭଳି ଟ୍ରେନ ଯାତ୍ରାରେ ମଧ୍ୟ ଓଜନ ସୀମା ରହିଛି। ଧାର୍ଯ୍ୟ ସୀମା ଠାରୁ ଅଧିକ ଓଜନର ଜିନିଷ ଜଣେ ଟ୍ରେନ ଯାତ୍ରା ବେଳେ ନିଜ ସହ ନେଇ ପାରିବେ ନାହିଁ। ହେଲେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଲଗେଜ ଓଜନର ଚେକିଂ କେଉଁଠି ହୋଇଥାଏ ଓ ଧାର୍ଯ୍ୟ ଓଜନ ଠାରୁ ଅଧିକ ଜିନିଷ ନେଲେ କ’ଣ ହେବ?

କେଉଁଠି ଚେକ୍‌ ହୁଏ ଯାତ୍ରୀଙ୍କ ଜିନିଷ ବା ଲଗେଜ?

ସମସ୍ତ ଟ୍ରେନ ଯାତ୍ରୀଙ୍କ ଲଗେଜ ନିୟମିତ ଯାଞ୍ଚ ହୁଏ ନାହିଁ। କିନ୍ତୁ ଲଗେଜ ସ୍କାନର ଥିବା ବଡ଼ବଡ଼ ରେଳ ଷ୍ଟେସନରେ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରାଯାଇ ଥାଏ। ପାର୍ସଲ ଅଫିସ ନିକଟରେ ମଧ୍ୟ ଲଗେଜ ଯାଞ୍ଚ ହୁଏ। ଟ୍ରେନ ଟିକେଟ ଯାଞ୍ଚ କରୁଥିବା ଅଧିକାରୀ ଓ ଲଗେଜ ଇନସପେକ୍ଟର ଚାହିଁଲେ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିବେ।

Advertisment

ଯଦି କେହି ଆବଶ୍ୟକତା ଠାରୁ ଅଧିକ ଓଜନର ଜିନିଷ ଧରି ଟ୍ରେନରେ ଯାତ୍ରା କରୁଥିବା ଟିଟିଇ କିମ୍ବା ପାର୍ସଲ ଇନସପେକ୍ଟର ଅନୁଭବ କରିବେ, ତା’ହେଲେ ଏହାକୁ ସେମାନେ ଯାଞ୍ଚ କରିପାରିବେ। ସୁରକ୍ଷା ଯାଞ୍ଚ ବେଳେ ମଧ୍ୟ ସୁରକ୍ଷାକର୍ମୀମାନେ ଲଗେଜ ଚେକ କରିପାରିବେ। ଟିଭ, ବଡ଼ବଡ଼ ଆଟାଚ ଓ ବାକ୍ସକୁ ଅଧିକ ଗୁରୁତ୍ୱ ଦିଆଯାଏ।

କେତେ ଓଜନର ଜିନିଷ ଆପଣ ନିଜ ସହ ଟ୍ରେନରେ ନେଇପାରିବେ?

ଭାରତୀୟ ରେଳବାଇ ବିଭିନ୍ନ ବର୍ଗର ଟ୍ରେନ ଟିକେଟ ପାଇଁ ଭିନ୍ନଭିନ୍ନ ଓଜନ ସୀମା ଧାର୍ଯ୍ୟ କରିଛି।

ସାଧାରଣ କ୍ଲାସ- ୩୫ କେଜି

ସ୍ଲିପର କ୍ଲାସ – ୪୦ କେଜି

ଥାର୍ଡ ଏସି – ୪୦ କେଜି

ସେକେଣ୍ଡ ଏସି – ୫୦ କେଜି

ପ୍ରଥମ ଏସି – ୭୦ କେଜି

ଯଦି ଜଣେ ଯାତ୍ରୀ ଧାର୍ଯ୍ୟ ସୀମା ଠାରୁ ଅଧିକ ଓଜନର ଜିନିଷ ନେବାକୁ ଚାହାନ୍ତି, ତା’ହେଲେ ତାଙ୍କୁ ଅଧିକ ଲଗେଜ ପାଇଁ ପାର୍ସଲ ଅଫିସରେ ବୁକିଂ କରିବାକୁ ପଡ଼ିବ।

ଅଧିକ ଓଜନର ଜିନିଷ ନେଲେ କ’ଣ ହେବ?

ଯଦି ଜଣେ ଯାତ୍ରୀ ବିନା ଅନୁମତିରେ ଧାର୍ଯ୍ୟ ସୀମା ଠାରୁ ଅଧିକ ଓଜନର ଜନିଷ ଧରି ଟ୍ରେନରେ ଯାତ୍ରା କରୁଛନ୍ତି, ତା’ହେଲେ ତାଙ୍କୁ ଟିଟିଇ କିମ୍ବା ଲଗେଜ ଇନସପେକ୍ଟର ଫାଇନ କରିପାରିବେ।

ଅତିରିକ୍ତ କେତେ ଓଜନର ଜନିଷ ନେଉଛନ୍ତି ଓ କେତେ ବାଟ ଯାତ୍ରା କରୁଛନ୍ତି, ତା’ ଉପରେ ଜୋରିମାନା ଅର୍ଥ ନିର୍ଭର କରିବ। ତେଣୁ ଫାଇନ ଓ ଅଯଥା ହଇରାଣରୁ ବର୍ତ୍ତିବା ପାଇଁ ଯାତ୍ରୀଙ୍କୁ ଅତିରିକ୍ତ ଲଗେଜ ପାଇଁ ଆଗୁଆ ବୁକିଂ କରିବାକୁ ରେଳବାଇ ପରାମର୍ଶ ଦେଇଛି।

Train luggage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe