Advertisment

ରାମ ଚରିତ ମାନସ ବହି ପୋଡ଼ିବା ଅଭିଯୋଗରେ ୧୦ ଜଣଙ୍କ ନାମରେ ମାମଲା

ବିଜେପି ନେତାଙ୍କ ପକ୍ଷରୁ  ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ ଅଖିଳ ଭାରତୀୟ ଓବିସି ମହାସଭା ପକ୍ଷରୁ ଏହି ଫଟୋକପି ସବୁ ପୋଡ଼ାଯାଇଛି।

Ramcharitmanas

Ramcharitmanas

Advertisment

ସନ୍ଥ ତୁଳସୀ ଦାସଙ୍କ ଦ୍ୱାରା ରଚିତ ରାମ ଚରିତ ମାନସ ବହିର ଫଟୋ କପି ପୋଡ଼ିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସାମ୍ପ୍ରଦାୟିକ ଶତ୍ରୁତା  ସୃଷ୍ଟି କରିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଗତକାଲି ବୃନ୍ଦାବନରେ ଏହି ଘଟଣା ଘଟିଛି। ବିଜେପି ନେତା ସତନାମ ସିଂହ ଲାଭିଙ୍କ ଅଭିଯୋଗ କ୍ରମେ ପୁଲିସ ଏହି ମାମାଲା ରୁଜୁ କରିଛି।  ବର୍ତ୍ତମାନସୁଦ୍ଧା ୧୦ ଜଣଙ୍କକ ନାମରେ ଏହି ମାମାଲା ଚୁଜୁ  ହୋଇଥିବା ବେଳେ ବାକି ଅନେକ ଏହି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଦଫା ୧୨୦ ବି, ୧୪୨,୧୪୩,୧୫୩ ଏ,୨୯୫,୨୯୫ ଏ,୨୯୮,୫୦୪,୫୦୫(୨) ଓ ୫୦୬ରେ ମାମଲା ରୁଜୁ କରିଛି ପୁଲିସ। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ।

Advertisment

ବିଜେପି ନେତାଙ୍କ ପକ୍ଷରୁ  ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ ଅଖିଳ ଭାରତୀୟ ଓବିସି ମହାସଭା ପକ୍ଷରୁ ଏହି ଫଟୋକପି ସବୁ ପୋଡ଼ାଯାଇଛି। ରାମଚରିତ ମାନସରେ ମହିଳା ଏବଂ ଦଳିଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଥିବା ଅଭିଯୋଗ କରି ଅଖିଲ ଭାରତୀୟ ଓବିସି ମହାସଭା ପକ୍ଷରୁ ଏଭଳି କାଣ୍ଡ ଭିଆଯାଇଛି। ଏହି ଘଟଣା ପଛରେ ସମାଜବାସୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପ୍ରଚ୍ଛନ୍ନ ହାତ ଥିବା ବିଜେପି ନେତା ଅଭିଯୋଗ କରିଛନ୍ତି।

ମାମଲା ରୁଜୁ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଯଶପାଲ ସିଂ ଲୋଡି, ଦେବେନ୍ଦ୍ର ଯାଦବ, ମହେନ୍ଦ୍ର ପ୍ରତାପ ଯାଦବ, ନରେଶ ସିଂ, ଏସ୍ ଯାଦବ, ସୁଜିତ, ସାନ୍ତୋଶ ଭର୍ମା ଏବଂ ସଲିମ ମଧ୍ୟ ଅଛନ୍ତି।  ଉତ୍ତରପ୍ରଦେଶରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜଣେ ତୁଙ୍ଗ ଓବିସି ନେତାର ଭାବେ ପରିଚିତ। ୧୬ଶହ ଶତାବ୍ଦୀରେ ସନ୍ଥ ତୁଳସୀ ଦାସଙ୍କ ଦ୍ୱାରା ଲିଖିତ ରାମ ଚରିତ ମାନସରେ ମହିଳା ଏବଂ ଦଳିତଙ୍କୁ ଆକ୍ଷେପ କରାଯାଇଥିବା ଅଭିଯୋଗ କରି ଏହି ବହିକୁ ବ୍ୟାନ କରିବାକୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦାବି କରିଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ, ରାମଚରିତ ମାନସ ସହିତ ମୋର କୌଣସି ଆକ୍ରୋଶ ନାହିଁ କିନ୍ତୁ ଉକ୍ତ ବହିରେ କେତେକ ସ୍ଥାନରେ ଜାତିପ୍ରଥା ଓ ମହିଳା ବିରୋଧୀ ମନ୍ତବ୍ୟ ରହିଛି। ଯାହାକୁ ହଟାଇବା ଉଚିତ। ଯେଉଁମାନେ ମୋ ବେକ ଓ ଜିଭକୁ ଚିରିଦେବାକୁ ଧମକ ଦେଇଥିଲେ ସେମାନେ ହେଉଛନ୍ତି ନିର୍ଦ୍ଦିଷ୍ଟ ଜାତିର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe