Advertisment

ଧର୍ମ ନାଁରେ ଲୋକଙ୍କୁ ଭୋଟ ଦେବାକୁ କହିଲେ ବିଜେପି ସାଂସଦ, ମାମଲା ରୁଜୁ

କର୍ଣ୍ଣାଟକାର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ଗୋଟିଏ ବିବୃତି ଏକ୍ସରେ ପୋଷ୍ଟ କରିଛନ୍ତି। ତେଜସ୍ୱୀ ଧର୍ମ ନାଁରେ ଭୋଟ ପାଇଁ ପ୍ରାର୍ଥନା କରିଥିବାରୁ ତାଙ୍କ ବିରୋଧରେ ମାମଲା କରାଯାଇଛି।

author-image
Hemant Lenka
Tejasvi Surya

Tejasvi Surya

ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ଲୋକଙ୍କୁ ଧର୍ମ ଭିତ୍ତିରେ ଭୋଟ ମାଗିଛନ୍ତି ବିଜେପି ସାଂସଦ ତଥା ଦକ୍ଷିଣ ବେଙ୍ଗାଲୁରୁର ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ।

Advertisment

ସେ ଗୁରୁବାର ଗୋଟିଏ ଭିଡିଓ ଜାରି କରି କହିଥିଲେ ଯେ ବିଜେପି ପାଖରେ ୮୦% ଲୋକଙ୍କ ସମର୍ଥନ ରହିଛି, କିନ୍ତୁ ଏହା ମଧ୍ୟରୁ ୨୦% ଭୋଟ ଦେଉଛନ୍ତି। କଂଗ୍ରେସକୁ ୨୦% ଲୋକ ସମର୍ଥନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦% ଭୋଟ ଦେଉଛନ୍ତି। ୨୦୧୯ରେ ଏଠାରେ ୫୩% ଭୋଟ ହୋଇଥିଲା। ଏଥର ଏହା ୭୫% ଭୋଟିଂ ହେବା ଦରକାର ବୋଲି ସେ କହିଥିଲେ। କିନ୍ତୁ ସେ ୮୦ ଓ ୨୦% ଲୋକଙ୍କ କଥା କହି ପରୋକ୍ଷରେ ଦେଶର ହିନ୍ଦୁ ଓ ମୁସଲିମ ଜନସଂଖ୍ୟା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇ ଭୋଟ ଦେବାକୁ କହିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

କର୍ଣ୍ଣାଟକାର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ଗୋଟିଏ ବିବୃତି ଏକ୍ସରେ ପୋଷ୍ଟ କରିଛନ୍ତି। ତେଜସ୍ୱୀ ଧର୍ମ ନାଁରେ ଭୋଟ ପାଇଁ ପ୍ରାର୍ଥନା କରିଥିବାରୁ ତାଙ୍କ ବିରୋଧରେ ମାମଲା କରାଯାଇଛି। ବେଙ୍ଗାଲୁରୁର ଜୟାନଗର ପୁଲିସ୍‌ ଷ୍ଟେସନରେ ମାମଲା ହୋଇଥିବା ଅଧିକାରୀ କହିଛନ୍ତି।

Advertisment

ଆଜି ତେଜସ୍ୱୀ ଗୋଟିଏ ବୁଥରେ ଭୋଟିଂ କରିବା ପରେ କଂଗ୍ରେସ ୩୦ରୁ ଅଧିକ ଲୋକସଭା ଆସନ ଜିତି ପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ଏବେ ପୂରା ହତାଶ ହୋଇଗଲାଣି। ଗୋଟିଏ ପରେ ଗୋଟିଏ ସର୍ଭେରୁ ସ୍ପଷ୍ଟ ହେଉଛି ଯେ ଦଳ ୩୦ରୁ ଅଧିକ ଆସନ ଜିତି ପାରିବ ନାହିଁ। ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଯେତେ ବ୍ୟକ୍ତିଗତ ସ୍ତରୁକୁ ଯାଇ ସମାଲୋଚନା କରିବେ ସିଏ ସେତିକି ସଶକ୍ତ ହେବେ। ବିଜେପିର ଲୋକପ୍ରିୟତା ବଢ଼ିବ।”

ଦକ୍ଷିଣ ବେଙ୍ଗାଲୁରୁରୁ ପୁଣି ପ୍ରାର୍ଥୀ ହୋଇଥିବା ତେଜସ୍ୱୀଙ୍କ ବିରୋଧରେ କଂଗ୍ରେସର ସୌମ୍ୟା ରେଡ୍ଡୀ ରହିଛନ୍ତି। ତେବେ ତେଜସ୍ୱୀ ପୁଣି ଜିତୁଛନ୍ତି କି ନାହିଁ, ସେକଥା ଜୁନ ୪ ରେଜଲ୍ଟ ଘୋଷଣା ଦିନ ଜଣାପଡ଼ିବ।

ଆଜି କର୍ଣ୍ଣାଟକାର ୧୪ଟି ଲୋକସଭା ଆସନରେ ଭୋଟ ହେଉଛି। ଦିନ ୩ଟା ସୁଦ୍ଧା ୫୦%ରୁ ଅଧିକ ଲୋକ ଭୋଟ କରିଥିବା ଜଣାପଡ଼ିଛି।

Bjp Congress Karnataka Lok Sabha Election 2024 Tejasvi Surya