Advertisment

ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ନାଁରେ ମାମଲା ରୁଜୁ

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ନାଁରେ ରୁଜୁ ହେଲା ମାମଲା । ଏକ ସ୍କାମର ପ୍ରମାଣ ଚୋରି କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଅଲମୋରାରେ ଥିବା ଏକ କୋର୍ଟରେ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା ।

ଅଦ୍ୟତନ ହୋଇଛି
 Delhi Chief Secretary

Delhi Chief Secretary

Advertisment

ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ନାଁରେ ରୁଜୁ ହେଲା ମାମଲା । ଏକ ସ୍କାମର ପ୍ରମାଣ ଚୋରି କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଅଲମୋରାରେ ଥିବା ଏକ କୋର୍ଟରେ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ଏହି ଘଟଣାରେ ନରେଶ କୁମାରଙ୍କ ଅଧସ୍ତନ YVVJ ରାଜଶେଖରଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି।

Advertisment

ଗତ ମାସ ୨ ତାରିଖରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ନାଁରେ Pleasant Valley Foundation ନାମକ ଏନଜିଓ ତରଫରୁ ହୋଇଥିବା ମାମଲାକୁ କୋର୍ଟ ଗ୍ରହଣ କରିଥିଲେ। ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିବାକୁ ସ୍ଥାନୀୟ ରେଭିନ୍ୟୁ ପୁଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

Pleasant Valley Foundation ତରଫରୁ ରୁଜୁ ହୋଇଥିବା ଅଭିଯୋଗ ଅନୁଯାୟୀ. ଡାଡାକାଡ଼ା ଜିଲ୍ଲାରେ ସେମାନଙ୍କ ଦ୍ୱାରା ଏକ ସ୍କୁଲ ପରିଚାଳିତ ହେଉଛି। ଗତ ଫେବୃୟାରୀ ୧୪ ତାରିଖରେ ୪ ଜଣ ଅଜଣା ଦୁର୍ବୃତ୍ତ ଉକ୍ତ ସ୍କୁଲରେ ପଶି ଭଙ୍ଗାରୁଜା କରିବା ସହ ସେଠାରୁ ବହୁ ଡକ୍ୟୁମେଣ୍ଟ, ଫାଇଲ,ପେନ୍‌ ଡ୍ରାଇଭ ଆଦି ଚୋରି କରି ନେଇଥିଲେ। ଏଥିସହ ଅଫିସ ଡ୍ରରେ ଥିବା ୬୩ ହଜାର ଟଙ୍କା ବି ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା।

Advertisment

ଅଭିଯୋଗରେ ଏନଜିଓ ପକ୍ଷରୁ କୁହାଯାଇଥିଲା, କାର୍ଯ୍ୟାଳୟରେ ପଶିଥିବା ବ୍ୟକ୍ତିମାନେ ଧମକ ଦେଇଥିଲେ ଯେ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରି ନିଆ ନ ଯାଏ ତା’ ହେଲେ ସଙ୍ଗଠନ ଅଧିକାରୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବେ । ଏଥିସହ ସେମାନେ ନିଜ ସହ ଟାଇପ ହୋଇଥିବା କିଛି ଡକ୍ୟୁମେଣ୍ଟ ଆଣିବା ସହ ସେଥିରେ ସାଇନ୍‌ କରିବାକୁ ବାଧ୍ୟ କରିଥିଲେ ବୋଲି ବି ଅଭିଯୋଗପତ୍ରରେ ଉଲ୍ଳେଖ ହୋଇଥିଲା।

ଏନେଇ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ନାଁରେ ମାମଲା ରୁଜୁ ହୋଇଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe