Advertisment

ବଢ଼ିଲା କେଟିଆରଙ୍କ ଅଡ଼ୁଆ: ଦୁର୍ନୀତି ନିବାରଣ ଶାଖା ରୁଜୁ କଲା ମାମଲା

ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା କିଛି ଦିନ ତଳେ କେଟିଆରଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଏସିବି ତାଙ୍କ ନାଁରେ ମାମଲା କରିଛି।

KTR

KTR

Advertisment

ତେଲଙ୍ଗାନାର ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ) କାର୍ଯ୍ୟକାରୀ ସଭାପତି ତଥା ବିଧାୟକ କେଟି ରାମା ରାଓ ଓରଫ କେଟିଆରଙ୍କ ଅଡ଼ୁଆ ବଢ଼ିଛି। ଆଜି ତାଙ୍କ ନାଁରେ ମାମଲା ରୁଜୁ କରିଛି ଦୁର୍ନୀତି ନିବାରଣ ଶାଖା(ଏସିବି)। ବିଆରଏସ କ୍ଷମତାରେ ଥିବା ବେଳେ ଫର୍ମୁଲା ଇ ରେସ ଆୟୋଜନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲା। ଏହି ସମୟରେ ୪୫ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି।

Advertisment

ଏହି ହେରଫେର ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ କେଟିଆରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସେହିପରି ପୌର ପ୍ରଶାସନ ଓ ନଗର ଉନ୍ନୟନ (ଏମଏୟୁଡି)ର ପୂର୍ବତନ ପ୍ରମୁଖ ସଚିବ ଅରବିନ୍ଦ କୁମାର ଓ ହାଇଦ୍ରାବାଦ ମେଟ୍ରୋପଲିଟାଣ୍ଟ ଡେଭଲପମେଣ୍ଟ ପ୍ରାଧିକରଣର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ବିଏଲଏନ ରେଡ୍ଡୀଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଏସିବି ଦର୍ଶାଇଛି।

ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା କିଛି ଦିନ ତଳେ କେଟିଆରଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଏସିବି ତାଙ୍କ ନାଁରେ ମାମଲା କରିଛି।

Advertisment

ଏଫଆଇଆରରେ ଦର୍ଶାଯାଇଛି ଯେ ଫର୍ମୁଲା ଇ ଆୟୋଜକ(ଏଫଓଇ) ହେଉଛି ଗୋଟିଏ ବିଦେଶ କମ୍ପାନୀ। କ୍ୟାବିନେଟର ବିନା ଅନୁମତିରେ ଏହି କମ୍ପାନୀକୁ କେଟିଆର ଟଙ୍କା ଦେବାକୁ ଅଧିକାର ହାସଲ କରିନେଇଥିଲେ। ହାଇଦ୍ରାବାଦ ମେଟ୍ରୋପଲିଟାଣ୍ଟ ଡେଭଲପମେଣ୍ଟ ପ୍ରାଧିକରଣ ଆରବିଆଇର ଗାଇଡଲାଇନକୁ ଉଲ୍ଲଙ୍ଘନ କରି ୨ଟି ଦଫାରେ ୪୫ କୋଟି ଟଙ୍କା ପ୍ରଦାନ କରିଥିଲା।

ଏଥିପାଇଁ ତେଲଙ୍ଗାନା ସରକାରଙ୍କ ଉପରେ ଆରବିଆଇ ୮ କୋଟି ଟଙ୍କାର ଜୋରିମାନା ଲାଗୁ କରିଥିଲା। ବିଆରଏସ କ୍ଷମତାରେ ଥିବା ବେଳେ ଫାଇନ ଲାଗିଥିଲେ ହେଁ ୨୦୨୩ ଡିସେମ୍ବରରେ କଂଗ୍ରେସ ସରକାର ଗଠନ କରିବା ପରଆ ଜୋରିମାନା ରାଶି ଦାଖଲ କରିଥିଲା।

କେଟିଆର ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ। ସେ ବିଆରଏସ ସରକାର ସମୟରେ ମ୍ୟୁନିସପାଲ ଆଡମିନଷ୍ଟ୍ରେସନ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ହାଇଦ୍ରାବାଦରେ ଫର୍ମୁଲ-ଇ ରେସ୍‌ ଆୟୋଜନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରକୃତରେ ଏହା ଗତବର୍ଷ ଆୟୋଜନ ହେବାର ଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଚଳିତ ବର୍ଷ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ କଂଗ୍ରେସ କ୍ଷମତାକୁ ଆସିବା ପରେ ଏହି ରେସ୍‌କୁ ବାତିଲ କରି ଦେଇଥିଲା।

ଏସିବି ଜାଣିବାକୁ ପାଇଛି ଯେ ରେସ୍‌ ପାଇଁ ହୋଇଥିବା ଆର୍ଥିକ କାରବାରରେ ବ୍ୟାପକ ହେରଫେର ହୋଇଛି। ତେଣୁ ଶାଖା ପକ୍ଷରୁ ମାମଲା ରୁଜୁ କରି ତଦନ୍ତକୁ ବ୍ୟାପକ କରାଯାଇଛି।

Brs Telangana Politics KTR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe