Advertisment

ସାଂସଦ ମହୁଆଙ୍କ ନାଁରେ ରୁଜୁ ହେଲା ମାମଲା

ମହୁଆଙ୍କ ସୋଶାଲ ମିଡିଆ ପୋଷ୍ଟ ବିରୋଧରେ ପ୍ରଥମେ ମହିଳା କମିଶନ ପକ୍ଷରୁ ଶୁକ୍ରବାର ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା।

Mahua

Mahua

Advertisment

ଜାତୀୟ ମହିଳା କମିଶନ ମୁଖ୍ୟ ରେଖା ଶର୍ମାଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ ସୋଶାଲ ମିଡିଆରେ କରିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ିଛି। ମହୁଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରିଛି।

Advertisment

ମହୁଆଙ୍କ ସୋଶାଲ ମିଡିଆ ପୋଷ୍ଟ ବିରୋଧରେ ପ୍ରଥମେ ମହିଳା କମିଶନ ପକ୍ଷରୁ ଶୁକ୍ରବାର ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ଏପରି କି କମିଶନ ପକ୍ଷରୁ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ପୁଲିସ୍‌ ପ୍ରାଥମିକ ଯାଞ୍ଚ ପରେ ମହୁଆଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଆଧାରରେ ମାମଲା ରୁଜୁ କରିଛି।

ଏବେ ଦିଲ୍ଲୀ ପୁଲିସ୍‌ ସ୍ପେଶାଲ ସେଲର Intelligence Fusion and Strategic Operations (IFSO) ୟୁନିଟ ଘଟଣାର ତଦନ୍ତ କରିବ। ୟୁନିଟ ପକ୍ଷରୁ ମହୁଆ ସୋଶାଲ ମିଡିଆ ଆକାଉଣ୍ଟକୁ ତଦନ୍ତ ପରିସର ଭୁକ୍ତ କରାଯାଇଛି। 

Advertisment

ରେଖା ଶର୍ମାଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ ହୋଇଥିବା ଆକାଉଣ୍ଟ ବିଷୟରେ ୟୁନିଟ ବିସ୍ତୃତ ତଥ୍ୟ ହାସଲ କରିଛି। ଏହାପରେ ଘଟଣାର ତଦନ୍ତ ଆଗକୁ ବଢ଼ିବ ବୋଲି ପୁଲିସ କହିଛି।

ହାଥରସର ଯେଉଁ ସ୍ଥାନରେ ଦଳାଚକଟା ହୋଇଥିଲା ଗୁରୁବାର ସେଠାକୁ ରେଖା ଶର୍ମା ଯାଇଥିଲେ। ଏହି ସମୟରେ ରେଖା ଶର୍ମାଙ୍କ ପାଇଁ ତାଙ୍କ ପଛରେ ଥିବା ଜଣେ ବ୍ୟକ୍ତି ଛତା ଧରିଥିଲେ। ରେଖା ଶର୍ମା କାହିଁକି ନିଜ ଛତା ନିଜେ ଧରି ପାରୁ ନାହାନ୍ତି ବୋଲି ମହୁଆ ପ୍ରଶ୍ନ କରିଥିଲେ।

ଏହାପରେ ମହୁଆ ଲେଖିଥିଲେ ଯେ ” ସେ(ରେଖା ଶର୍ମା) ନିଜର ବସ୍‌ଙ୍କ ପାଇଜାମା ଧରିବାରେ ଅତ୍ୟନ୍ତ ବ୍ୟସ୍ତ।” ବାସ୍‌ ଏହା ଜଣେ ମହିଳାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରି ମହିଳା କମିଶନ ପୁଲିସର ଦ୍ୱାରସ୍ଥ ହୋଇଥିଲା।

Mahua Moitra NCW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe