Advertisment

ଅଡ଼ୁଆରେ ପୁଷ୍ପା-୨, ଅଲ୍ଲୁଙ୍କ ନାଁରେ ଆସିଲା ନୂଆ ଅଭିଯୋଗ

ଫିଲ୍ମର ଏକ ଦୃଶ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସ ନେତା।

author-image
Madhupriya Mistry
Pushpa2

Pushpa2

ଚାରିଆଡେ ପୁଷ୍ପା-୨ର କ୍ରେଜ। ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତଙ୍କୁ କିମିଆ କରିଛି ଏହି ଫିଲ୍ମ। ସମସ୍ତ ରେକର୍ଡ ଭାଙ୍ଗି ବ୍ଲକବଷ୍ଟର ହିଟ୍‌ ପ୍ରମାଣିତ ହୋଇଛି ଏହି ଫିଲ୍ମ। ତେବେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ସେତିକି ବିବାଦ ମଧ୍ୟ ଉପୁଜିଛି। ଫିଲ୍ମକୁ ନେଇ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଅଭିନେତାଙ୍କ ଅଲ୍ଲୁ ଅର୍ଜୁନଙ୍କ ନାଁରେ ଆସିଛି ଆଉ ଏକ ନୂଆ ଅଭିଯୋଗ।

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ତେ‌ଲେଙ୍ଗାନା ଏମ୍‌ଏଲ୍‌ସି ଟିନ୍‌ମର୍‌ ମଲାନା ଫିଲ୍ମର ଏକ ଦୃଶ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି। ଫିଲ୍ମର ଏକ ଦୃଶ୍ୟରେ ଅଲ୍ଲୁ ଅର୍ଜୁନ ସୁଇମିଂ ପୁଲ୍‌ ସମସ୍ତଙ୍କ ଉପସ୍ଥତିରେ ପରିସ୍ରା କରୁଥିବାର ରହିଛି। ଏହାକୁ ନେଇ ଏବେ କଂଗ୍ରେସ ନେତା ବିରୋଧ କରିଛନ୍ତି।

ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ପାଇଁ ସେ ଦାବି କରିଛନ୍ତି। କଂଗ୍ରେସ ନେତା ଏହି ଦୃଶ୍ୟକୁ ଅସମ୍ମାନଜନକ କହିବା ସହ ଏହା ଆଇନ ଶୃଙ୍ଖଳା ଅଧିକାରୀଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ଏକ ମାମଲା ରୁଜୁ କରିବା ସହ ଅଲ୍ଲୁ ଅର୍ଜୁନଙ୍କ ସମେତ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

କହିରଖୁ ସୁପରଷ୍ଟାର ଅଲ୍ଲୁ ଅର୍ଜନଙ୍କୁ ସମନ ହୋଇଛି। ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚରା ହେବ। ଏଥିପାଇଁ ହାଇଦ୍ରାବାଦ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିବା ସୂଚନା ମିଳିଛି। ଆଜି ତାଙ୍କୁ ଥାନରେ ହାଜର ହେବାକୁ କୁହାଯାଉଛି।

ହାଇଦ୍ରାବାଦ ପୁଲିସର ସମନ ପରେ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ ବଢ଼ିଛି। ଗତ ୪ ତାରିଖରେ ହାଇଦ୍ରାବାଦ ସଂଧ୍ୟା ଥିଏଟରରେ ପୁଷ୍ପା-୨ ପ୍ରିମିୟର ବେଳେ ହୋଇଥିଲା ଦଳଚକଟା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ୧୦ ବର୍ଷର ପୁଅ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି।

Congress Allu Arjun Pushpa 2 Allu Arjun Controversy