Advertisment

ମସଜିଦ ସର୍ଭେକୁ ନେଇ ହିଂସା, ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ FIR

ହିଂସା ସୃଷ୍ଟି କରିଥିବା ଓ ଭିଡକୁ ଉସକାଇଥିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

ଅଦ୍ୟତନ ହୋଇଛି
Clash Over Mosque Survey

Clash Over Mosque Survey

Advertisment

ଅଶାନ୍ତ ହୋଇପଡିଛି ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା। ଏଠାରେ ଥିବା ଜାମା ମସଜିଦର ସର୍ଭେକୁ ନେଇ ହିଂସା ଜାରି ରହିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ୨୦ରୁ ଅଧିକ ଆହତ ହେଇଛନ୍ତି। ଏହି ମାମଲାରେ ଏବେ ସାମାଜବାଦୀ ପାର୍ଟି ସାଂସଦ ଓ ବିଧାୟକଙ୍କ ପୁଅ ବିରୋଧରେ ଏଫ୍ଆଇଆର୍‌ ରୁଜୁ ହୋଇଛି।

Advertisment

ସୂଚନା ମୁତାବକ, ହିଂସା ସୃଷ୍ଟି କରିବା ଅଭିଯୋଗରେ ସପା ସାଂସଦ ଜିୟାଉର୍‌ ରହମାନ ବର୍କ ଓ ସ୍ଥାନୀୟ ସମାଜବାଦୀ ପାର୍ଟି ବିଧାୟକ ଇକବାଲ ମହମୁଦଙ୍କ ପୁଅ ନବାବ ସୁହେଲ ଇକବାଲଙ୍କୁ ଦାୟୀ କରାଯାଇଛି। ମସ୍‌ଜିଦ ସର୍ଭେକୁ ନେଇ ରବିବାର ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପରେ ସମ୍ଭଲ ଥାନାରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।

ଯୋଜନାବଦ୍ଧ ରୂପେ ହିଂସା ସୃଷ୍ଟି କରିଥିବା ସମାଜବାଦୀ ପାର୍ଟି ସାଂସଦ ଓ ସ୍ଥାନୀୟ ବିଧାୟକଙ୍କ ପୁଅ ବିରୋଧରେ ଅଭିଯୋଗ ରହିଛି। ଏମାନେ ଜାଣିଶୁଣା ମସଜିଦ ବାହାରେ ଭିଡ଼କୁ ଏକାଠି କରିଥିଲେ। ପରେ ସେମାନଙ୍କୁ ଉସକାଇଥିଲେ।  ଯାହା ପରେ ଏତେ ପରିମାଣରେ ହିଂସା ଘଟିଥିବା ଅଭିଯୋଗ ହୋଇଛି। ସୁହେଲ ଇକବାଲଙ୍କ ବିରୋଧରେ ଏକ ଷଡଯନ୍ତ୍ର ମାମଲା ରୁଜୁ ହୋଇଛି। ଏହା ସହିତ ପୁଲିସ ହାତରେ ହିଂସା ସୃଷ୍ଟି କରୁଥିବା କେତେକ ଭିଡିଓ ପୋଷ୍ଟକୁ ମଧ୍ୟ ଲାଗିଛି। ଏହାର ଯାଞ୍ଚ ଜାରି ରହିଛି।

Advertisment

ସମ୍ଭଲରେ ହୋଇଥିବା ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୭ଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏହି ସମସ୍ତ FIRରେ ୨୫୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ଏସପି କୃଷ୍ଣ କୁମାର ବିଷ୍ଣୁ କହିଛନ୍ତି, 'ଗତକାଲି ଆହତ ହୋଇଥିବା ସବ୍-ଇନ୍ସପେକ୍ଟର ଦୀପକ ରାଠୀ ୮୦୦ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜିୟା ଉର ରେହମାନ ବର୍କ ଏବଂ ସୋହେଲ ଇକବାଲଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏମାନେ ହିଂସାକୁ ଉସ୍‌କାଇଥିବା ଅଭିଯୋଗ ରହିଛି।

ପୂର୍ବରୁ ମଧ୍ୟ ବର୍କଙ୍କୁ ନୋଟିସ ଦିଆଯାଇଥିଲା, ଏହା ସତ୍ତ୍ୱେ ସେ ଲୋକମାନଙ୍କୁ ଉସ୍‌କାଇଥିଲେ, ଯେଉଁଥିପାଇଁ ଲୋକମାନେ ଏହି ଘଟଣା ଘଟାଇଥିଲେ। ବର୍କଙ୍କୁ ଗିରଫ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ଭଲ ଏସ୍‌ପି କହିଛନ୍ତି।

କହିରଖୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ରବିବାର ସକାଳେ ଜାମା ମସଜିଦର ସର୍ଭେ କରାଯାଇଥିଲା। ତେବେ ସର୍ଭେ ଟିମ୍‌ ସେଠାରେ ପହଞ୍ଚିବା ପରେ ଲୋକେ ବିରୋଧ କରି ଭିଡ ଜମାଇଥିଲେ। ଏଥିସହ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏହା ପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏହାପରେ ହିଂସା ଉଗ୍ର ରୂପେ ନେଇଥିଲା। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଥିବା କୁହାଯାଉଛି। ସେହିପରି ୨୪ ଜଣଙ୍କ ପୁଲିସ ଅଟକ ରଖିଛି।

MLA's Son Samajwadi MP Mosque Survey Clashes Sambhal Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe