ତେଜ ପ୍ରତାପ
ବିହାର ନିର୍ବାଚନ ପୂର୍ବରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳ ମୁଖ୍ୟ ତେଜ ପ୍ରତାପ(Tej Pratap Yadav) ଙ୍କ ଅଡ଼ୁଆ ବଢ଼ିଛି। ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ସମୟରେ ସେ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ଏଥିପାଇଁ ମହୁଆ ଆସନରୁ ପ୍ରାର୍ଥୀ ହୋଇଥିବା ତେଜ ପ୍ରତାପଙ୍କ ନାଁରେ ମାମଲା ହୋଇଥିବା ବିହାରର ବୈଶାଳୀ ଜିଲ୍ଲା ପୁଲିସ୍ ସୂଚନା ଦେଇଛି।
ଜିଲ୍ଲା ପୁଲିସ୍ର କହିବା କଥା ଯେ ମହୁଆର ସର୍କଲ ଅଫିସର ଗୋଟିଏ ଭିଡିଓ ଭାଇରାଲ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଅକ୍ଟୋବର ୧୬ରେ ତେଜ ପ୍ରତାପ ଗୋଟିଏ ଏସ୍ୟୁଭିରେ ବସି ନାମାଙ୍କନ(Bihar Election) ଦାଖଲ କରିବାକୁ ଯାଇଥିଲେ। ଉକ୍ତ ଗାଡ଼ିରେ ପୁଲିସ୍ ଲୋଗୋ ଓ ବତୀ ଲାଗିଥିଲା। ଏହି ଗାଡ଼ିକୁ ବ୍ୟବହାର କରି ସେ ଶୋଭାଯାତ୍ରା କରିବା ସହ ନାମାଙ୍କନ ଦାଖଲ କରିଥିଲେ।
ଏହାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ଏହି ସମୟରେ ସମୟରେ ଜଣାପଡ଼ିଥିଲା ଯେ ପୁଲିସ୍ ଲୋଗୋ ଓ ଗାଡ଼ିରେ ବ୍ୟବହାର ହୋଇଥିବା ବତୀ ବ୍ୟକ୍ତିଗତ ସ୍ତରୀୟ ରହିଥିଲା। ପୁଲିସ୍ ପକ୍ଷରୁ ତାଙ୍କୁ ଏପରି ସୁବିଧା ଯୋଗା ଯାଇ ନଥିଲା। ଏପରି କରି ତେଜ ପ୍ରତାପ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି। ତେଣୁ ତାଙ୍କ ନାଁରେ ମାମଲା ହୋଇଥିବା ପୁଲିସ୍ କହିଛି।
ଚଳିତ ବର୍ଷ ମେ’ ମାସରେ ଲାଲୁ ପ୍ରସାଦ ଯାଦବ ତାଙ୍କ ବଡ଼ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। ତା’ସହିତ ତାଙ୍କୁ ପରିବାରଠାରୁ ଦୂରେଇ ଦେଇଥିଲେ। ଏହାର ଦିନକ ପୂର୍ବରୁ ତେଜ ପ୍ରତାପ ଯାଦବ ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ ଜଣେ ମହିଳାଙ୍କ ସହ ଥିଲେ। ଉକ୍ତ ମହିଳାଙ୍କୁ ସେ ତାଙ୍କର ପ୍ରେମିକା ଭାବେ ଦର୍ଶାଇବା ସହିତ ତାଙ୍କ ସହିତ ବହୁ ବର୍ଷ ହେଲା ରିଲେସନଶିପ୍ରେ ଅଛନ୍ତି ବୋଲି ଲେଖିଥିଲେ।
ଅବଶ୍ୟ ପରେ ତେଜ ପ୍ରତାପ ଉକ୍ତ ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। ତେବେ ସେତେବେଳକୁ ଏହା ଭାଇରାଲ ହୋଇ ସାରିଥିଲା। ତେଣୁ ଲାଲୁ ପ୍ରସାଦ ନୈତିକତା ଦୃଷ୍ଟିରୁ ତଥା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ପାଇଁ ତେଜ ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/20/tej-2025-10-20-09-42-54.jpg)