Advertisment

ଆଇପିଏଲ ଫାଇନାଲ୍‌ ପୂର୍ବରୁ ବିରାଟଙ୍କୁ ବଡ଼ ଝଟକା, ପୁଲିସ୍‌ ରୁଜୁ କଲା ମାମଲା

ମଙ୍ଗଳବାର ଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କ ପାଇଁ ଚିନ୍ତା ବଢ଼ିବା ଭଳି ଖବର ଆସିଛି।

Virat

Virat

Advertisment

ଆସନ୍ତାକଲି ୨୦୨୫ ଆଇପିଏଲର ଫାଇନାଲ। ମହାମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜରର୍ସ ବେଙ୍ଗାଲୁରୁ ବା ଆରସିବି ଓ ପଞ୍ଜାବ କିଙ୍ଗସ। ୨୦୧୬ ପରେ ବିରାଟ କୋହଲିଙ୍କ ଆରସିବି ଓ ୨୦୧୪ ପରେ ପଞ୍ଜାବ କିଙ୍ଗସ ଫାଇନାଲକୁ ଯାଇଛି। ଉଭୟ ଦଳ କେବେ ହେଲେ ଆଇପିଏଲ ଟ୍ରଫି ଜିତି ନାହାନ୍ତି। ତେଣୁ ଏଥର ନୂଆ ଆଇପିଏଲ ବିଜେତାଙ୍କୁ ଦେଖିବାକୁ ମିଳିବ।

Advertisment

କିନ୍ତୁ ମଙ୍ଗଳବାର ଫାଇନାଲ ପୂର୍ବରୁ ବିରାଟ କୋହଲିଙ୍କ ପାଇଁ ଚିନ୍ତା ବଢ଼ିବା ଭଳି ଖବର ଆସିଛି। ବିରାଟ କୋହଲିଙ୍କ ମାଲିକାରେ ଥିବା ପବ ଓ ରେଷ୍ଟୁରାଣ୍ଟ One8 Commune ଆଇନଗତ ଜାଲରେ ଫସିଛି। ବେଙ୍ଗାଲୁରୁରେ ଥିବା ବିରାଟଙ୍କ One8 Commune ବିରୋଧରେ ପୁଲିସ ମାମଲା କରିଛି। ଏଠାରେ ଧୂମପାନ ପାଇଁ ନିୟମ ଅନୁସାରେ ସ୍ୱତନ୍ତ୍ର ସ୍ଥାନ ନଥିବାରୁ ପୁଲିସ୍‌ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି।

କୁବୋନ ପାର୍କ ପୁଲିସ୍‌ ନିଜ ଆଡ଼ୁ ମାମଲାକୁ ବିଚାରକୁ ନେଇ One8 Commune ବିରୋଧରେ ସିଗାରେଟ ଓ ଅନ୍ୟ ତମ୍ବାକୁ ଦ୍ରବ୍ୟ ଆକ୍ଟ ବା ସିଓଟିପିଏ ଅନୁସାରେ ମାମଲା କରିଥିବା ଜଣାପଡ଼ିଛି।

Advertisment

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସିଓଟିପିଏର ଧାରା ୪ ଓ ୨୧ ଅଧୀନରେ ପବ ନାଁରେ ଏଫଆଇଆର ରୁଜୁ ହୋଇଛି। ଧୂମପାନ ପାଇଁ ପବ୍‌ରେ କୌଣସି ସ୍ୱତନ୍ତ୍ର ସ୍ଥାନ ନାହିଁ। ହୋଟେଲ, ରେଷ୍ଟୁରାଣ୍ଟ ଓ ଏୟାରପୋର୍ଟରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ କରିବାର ପ୍ରାବଧାନ ରହିଛି। ହେଲେ One8 Commune ଏହାକୁ ମାନି ନଥିବାରୁ ମାମଲା କରାଯାଇଥିବା ସେ କହିଛନ୍ତି।

ବାସ୍ତବରେ ମାମଲା ଶନିବାର ହୋଇଥିଲା। ସର୍ବସାଧାରଣ ଧୂମପାନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ବେଙ୍ଗାଲୁରୁ ସିଟି ପୁଲିସ୍‌ ଆରମ୍ଭ କରିଥିବା ସ୍ୱତନ୍ତ୍ର ଅଭିଯାନ ସମୟରେ One8 Communeର ମନମାନୀ ସାମ୍ନାକୁ ଆସିଥିଲା। ଏହାପରେ ପୁଲିସ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିଛି।

କର୍ଣ୍ଣାଟକର ସରକାର ହୁକା ବାର ଉପରେ ସଂପୂର୍ଣ୍ଣ ରୋକ ଲଗାଇଥିବା ବେଳେ ତମ୍ବାକୁ ଜାତୀୟ ଦ୍ରବ୍ୟ କିଣିବାର ବୟସକୁ ୧୮ରୁ ୨୧କୁ ବୃଦ୍ଧି କରିଥିଲେ। ଏହାପରେ ବିରାଟଙ୍କ One8 Commune ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପ୍ରଥମଥର ପାଇଁ One8 Commune ଆଇନ ଜାଲରେ ଫସି ନାହିଁ। ଗତବର୍ଷ ଜୁନ ମାସରେ ମଧ୍ୟ ଏହି ପବ ଓ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ହୋଇଥିଲା। ଧାର୍ଯ୍ୟ ସମୟ ପରେ ମଧ୍ୟ ଏହା ଖୋଲା ରହୁଥିବାରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସେହିପରି ଡିସେମ୍ବର ମାସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ନିୟମକୁ ଉଲ୍ଲଙ୍ଘନ ପାଇଁ One8 Communeକୁ ନୋଟିସ ହୋଇଥିଲା।

Virat Kohli Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe