Advertisment

ରେସଲରଙ୍କ ଆନ୍ଦୋଳନ: ଶେଷରେ ଏଫଆଇଆର ରୁଜୁ କରିବାକୁ ରାଜି ହେଲା ପୁଲିସ୍‌

ଆଜି ଦିଲ୍ଲୀ ପୁଲିସ୍‌ ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମହେତା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କ ଖଣ୍ଡପୀଠ ନିକଟରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଜାବବ ଦାଖଲ କରିଛନ୍ତି।

ଅଦ୍ୟତନ ହୋଇଛି
wrestlers

wrestlers

Advertisment

ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ କରିବାକୁ ରାଜି ହୋଇଛି ଦିଲ୍ଲୀ ପୁଲିସ୍‌। ବ୍ରିଜ ଭୂଷଣ ଓ ମହାସଂଘର କିଛି ସଦସ୍ୟ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ରେସଲରମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ ହେଁ ଏଯାଏ ଏଫଆଇଆର ରୁଜୁ କରାଯାଇ ନଥିଲା। ନ୍ୟାୟ ପାଇଁ କିଛି ରେସଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ଆଜି ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଦିଲ୍ଲୀ ପୁଲିସ୍‌ ଆଜି ହିଁ ରେସଲରଙ୍କ ଅଭିଯୋଗ ଆଧାରରେ ଶ୍ରୀ ସିଂହଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ତେବେ ଦିଲ୍ଲୀର ଯନ୍ତରମନ୍ତରରେ ୬ ଦିନ ହେଲା ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ ପୁଲିସ୍‌ର ଏପରି ଆଭିମୁଖ୍ୟ ପରେ କ’ଣ ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ଦିଲ୍ଲୀ ପୁଲିସ୍‌ ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମହେତା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ୍‌ ନରସୀମାଙ୍କ ଖଣ୍ଡପୀଠ ନିକଟରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଜାବବ ଦାଖଲ କରିଛନ୍ତି। ଜବାବ ମିଳିବା ପରେ ଆବେଦନର ଶୁଣାଣି ଆସନ୍ତା ସପ୍ତାହକୁ ଘୁଞ୍ଚାଇ ଦେଇଛନ୍ତି।

Advertisment

ଶ୍ରୀ ସିଂହଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିରେ ରେସଲରମାନେ ସୁପ୍ରିମକୋର୍ଟ ଯିବା ସହ ଏହାର ଜରୁରୀ ଶୁଣାଣି କରିବାକୁ ଦାବି କରିଥିଲେ। ଏପରି ଆବେଦନ ପରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନୋଟିସ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ, “ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ରେସଲରମାନେ ସେମାନଙ୍କ ସହ ହୋଇଥିବା ଯୌନ ନିର୍ଯାତନା ଭଳି ଅତ୍ୟନ୍ତ ସାଂଘାତି ଅଭିଯୋଗ ଆଣିଛନ୍ତି। ଏହି ମାମଲା କୋର୍ଟ ବିଚାର କରିବେ।” ଏହାପରେ ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲେ। 

ରେସଲରମାନଙ୍କ କହିବା କଥା ଯେ ଶ୍ରୀ ସିଂହଙ୍କ ବିରୋଧରେ ମାମଲା ରୁଜୁ ନ ହେବା ଯାଏ ସେମାନେ ଯନ୍ତରମନ୍ତରରେ ଜାରି ରଖିଥିବା ବିକ୍ଷୋଭ ପ୍ରତ୍ୟାହାର କରିବେ ନାହିଁ। ଆନ୍ଦୋଳନ କରୁଥିବା ଷ୍ଟାର ରେସଲରଙ୍କ ମଧ୍ୟରେ ସାକ୍ଷୀ ମଲିକ, ଭିନେଶ ଫୋଗଟ, ରବି ଦାହିୟା ଓ ବଜରଙ୍ଗ ପୁନିଆ ରହିଛନ୍ତି।

ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ହେଁ ସେ ଏହାକୁ ଖଣ୍ଡନ କରିଛନ୍ତି। ଏଥିସହ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ସେ ଲଢ଼େଇ କରିବେ ବୋଲି ମଧ୍ୟ କହିଛନ୍ତି।

Protest Delhi Supreme Court Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe